ଦିଲ୍ଲୀରେ ଅଟଳ କ୍ୟାଂଟିନର ଶିଳାନ୍ୟାସ, ଅଭାବୀ ତଥା ଗରିବମାନଙ୍କୁ ୫ଟଙ୍କାରେ ମିଳିବ ପୌଷ୍ଟିକ ଭୋଜନ
ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ତିମାରପୁର ସ୍ଥିତ ଜେଜେ କ୍ଲଷ୍ଟରର ସଂଜୟ ବସ୍ତୀରେ ପ୍ରଥମ ଅଟଳ କ୍ୟାଂଟିନର ଶିଳାନ୍ୟାସ କରିଛନ୍ତି। ଏହି କ୍ୟାଟିଂନରେ ଅଭାବୀମାନଙ୍କୁ ୫ ଟଙ୍କାରେ ପୌଷ୍ଟିକ ଭୋଜନ ଉପଲବ୍ଧ କରାଯିବ। ସାରା ଦିଲ୍ଲୀରେ ଏପରି ୧୦୦ କ୍ୟାଂଟିନ ଖ
ଦିଲ୍ଲୀରେ ଅଟଳ କ୍ୟାଂଟିନର ଶିଳାନ୍ୟାସ, ଅଭାବୀ ତଥା ଗରିବମାନଙ୍କୁ ୫ଟଙ୍କାରେ ମିଳିବ ପୌଷ୍ଟିକ ଭୋଜନ


ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ତିମାରପୁର ସ୍ଥିତ ଜେଜେ କ୍ଲଷ୍ଟରର ସଂଜୟ ବସ୍ତୀରେ ପ୍ରଥମ ଅଟଳ କ୍ୟାଂଟିନର ଶିଳାନ୍ୟାସ କରିଛନ୍ତି। ଏହି କ୍ୟାଟିଂନରେ ଅଭାବୀମାନଙ୍କୁ ୫ ଟଙ୍କାରେ ପୌଷ୍ଟିକ ଭୋଜନ ଉପଲବ୍ଧ କରାଯିବ। ସାରା ଦିଲ୍ଲୀରେ ଏପରି ୧୦୦ କ୍ୟାଂଟିନ ଖେଲିବାକୁ ସରକାରଙ୍କ ଯୋଜନା ଅଛି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ସମାରୋହରେ କହିଛନ୍ତି ଯେ ଭାଜପା ସରକାର ନିଜ ସଂକଳ୍ପ ପତ୍ରରେ ଦିଲ୍ଲୀରେ ଅଟଳ କ୍ୟାଟିଂନ ଖୋଲିବାକୁ ଯେଉଁ କଥାଥିଲା, ସେହି ସଂକଳ୍ପ ଆଜି ପୂର୍ଣ୍ଣ କରିଛନ୍ତି ଏବଂ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବଢ଼ାଉଛି। ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ୨୫ ଡିସେମ୍ବରକୁ ଦିଲ୍ଲୀରେ ୧୦୦ ଅଟଳ କ୍ୟାଂଟିନ୍‌ରେ ଅଭାବୀମାନଙ୍କୁ ମାତ୍ର ୫ଟଙ୍କାରେ ପୌଷ୍ଟିକ ଭୋଜନ ଉପଲବ୍ଧ କୁହାଯିବ। ସେ କହିଛନ୍ତି ଯେ ଭୋଜନ ବିତରଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ ଟୋକନ ପ୍ରଣାଳୀରେ ସଂଚାଳିତ କରାଯିବ, ଯାହାଫଳରେ କୌଣସି ସ୍ତରରେ ଅନିୟମିତତାର ସମ୍ଭାବନା ସମାପ୍ତ ହେବ। ମୈନୁଆଲ କୁପନର ଅନୁମତି ହେବ ନାହିଁ। ସମସ୍ତ ବିତରଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ, ଯେଉଁଥିରେ ଡ୍ୟୁସିବର ଡିଜିଟାଲ୍ ପ୍ଲାଟଫର୍ମରୁ ରିୟଲ ଟାଇମ୍ ମନିଟରିଂ କରାଯିବ। ରୋଷେଇରେ ସମସ୍ତ ଆଧୁନିକ ଉପକରଣ, ଏଲ୍‌ପିଜି ଆଧାରିତ କୁକିଂ ସିଷ୍ଟମ, ଇଣ୍ଡ୍ରଷ୍ଟିୟାଲ ଆର୍‌ଓ ଜଳ ବ୍ୟବସ୍ଥା ଏବଂ ଶିତଳ ଭଣ୍ଡାରର ସୁବିଧା ଅନିବାର୍ଯ୍ୟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande