ଫୁଲବାଣୀରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ
District Level fishery Day Celebration in Phulbani
ଫୁଲବାଣୀରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ


କନ୍ଧମାଳ, ୨୧ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଶ୍ବରଂଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍। ଅଧିକାରୀ ଡ. ଭଗବତ ଘୋଷ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଧିକାରୀ ଡ. ପ୍ରଣବ କିଶୋର ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ, ଫୁଲବାଣୀ ଶ୍ରୀମତୀ ଶୁଭଲକ୍ଷ୍ମି ବେହେରା, ଏବଂ ସହକାରୀ ମତ୍ସ୍ୟ ଅଧିକାରୀ, ବାଲିଗୁଡ଼ା ବିଶ୍ଵନାଥ ଖେତି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୧୨ ଗୋଟି ବ୍ଲକରୁ ୭୦ ଜଣ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳ ଉତ୍ପାଦନକାରୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍। ଅଧିକାରୀ ଡ. ଘୋଷ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏବଂ ପ୍ରାଣୀ ବିଭାଗ ଯୋଜନା ଗୁଡିକ ଅବଗତ କରାଇଥିବା ବେଳେ କୃଷି ବିଭାଗର ଅଧିକାରୀ ଶ୍ରୀମତୀ ବେହେରା ସମନ୍ୱିତ ମତ୍ସ୍ୟ ଚାଷ ଉପରେ ଗୁରୁତ୍ବାରୋପ କରିବା ସହିତ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଏହି ଦିବସରେ ୧ ଜଣ ସଫଳ ମତ୍ସ୍ୟ ଚାଷୀ, ୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସହକାରୀ ମତ୍ସ୍ୟ ଅଧିକାରୀ, ଚକାପାଦ, ଜି. ଦୀପକ୍ ରେଡ୍ଡୀ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ, ଖଜୁରୀପଡ଼ା ଶ୍ରୀମତୀ ଆରୋଷୀ ଅର୍ପିତା ମିଶ୍ର ସଭାରେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, ଫୁଲବାଣୀ କାହୁଁ ଚରଣ ମୁଖି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande