ଭାଗଚାଷୀଙ୍କ ପଞ୍ଜିକରଣ ନାମ ନଥିବା ନେଇ ଅସନ୍ତୋଷ. ଡିଆରସିଏସଙ୍କୁ ଅଭିଯୋଗ
ଜୟପୁର,, 21 ନଭେମ୍ବର (ହି.ସ.)ଆସନ୍ତା ଖରୀଫ ଧାନ ଚାଷ ପାଇଁ ଚାଷୀ ମାନେ ଗତ ସେମାନଙ୍କ ଜମିରେ ଧାନ ଚାଷ ଏବଂ ଆସନ୍ତା ଖରୀଫ ମଣ୍ଡିରେ ଧାନ ବିକ୍ରି ନେଇ ଗତ ଅଗଷ୍ଟ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରିଥିଲେ । କିନ୍ତୁ ଏହି ପଞ୍ଜିକରଣରେ ଅଧିକାଂଶ ମୁଖତଃ ଭାଗ ଚାଷୀ ମାନଙ୍କ ପଞ୍ଜିକରଣ ହୋଇନଥିବା ଅଭିଯୋଗ
ଭାଗଚାଷୀଙ୍କ ପଞ୍ଜିକରଣ ନାମ ନଥିବା ନେଇ ଅସନ୍ତୋଷ. ଡିଆରସିଏସଙ୍କୁ ଅଭିଯୋଗ


ଜୟପୁର,, 21 ନଭେମ୍ବର (ହି.ସ.)ଆସନ୍ତା ଖରୀଫ ଧାନ ଚାଷ ପାଇଁ ଚାଷୀ ମାନେ ଗତ ସେମାନଙ୍କ ଜମିରେ ଧାନ ଚାଷ ଏବଂ ଆସନ୍ତା ଖରୀଫ ମଣ୍ଡିରେ ଧାନ ବିକ୍ରି ନେଇ ଗତ ଅଗଷ୍ଟ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରିଥିଲେ । କିନ୍ତୁ ଏହି ପଞ୍ଜିକରଣରେ ଅଧିକାଂଶ ମୁଖତଃ ଭାଗ ଚାଷୀ ମାନଙ୍କ ପଞ୍ଜିକରଣ ହୋଇନଥିବା ଅଭିଯୋଗ ନେଇ ଆଜି ବିଭିନ୍ନ ଲୋକପ୍ରତିନିଧି ଏବଂ ଚାଷୀ ସଂଗଠନର ନେତା ଓ ଚାଷୀ ମାନେ ସ୍ଥାନୀୟ ସ୍ଥାନୀୟ ସମବାୟ ବିଭାଗର ଡିଆରସିଏସଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ତୁରନ୍ତ ପଞ୍ଜିକରଣ କରିଥିବା ଚାଷୀ ଏବଂ ଭାଗଚାଷୀ ମାନଙ୍କ ନାମ ତାଲିଖାରେ ସଂଶ୍ଳିଷ୍ଟ କରିବାକୁ ଦାବି କରିଥିଲେ । ଏହିପରି ଜମିର ମାଲିକ ଏବଂ ଭାଗଚାଷୀ ମାନେ ସେମାନଙ୍କ ସମସ୍ତ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ ସୁଦ୍ଧା କେବଳୋ କାର୍ଯାଳୟରେ ବସି ଫୋନ ମାଧ୍ୟମରେ ଯାଞ୍ଚ କରିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡୁନାହିଁ । କାର୍ଯ୍ୟାଳୟରୁ ଫୋନ କରାଯାଉଥିବା ଚାଷୀ ମାନେ କୌଣସି କାରଣରୁ ଫୋନ ଉଠାନଥିବେ କିମ୍ବା ଅପହଞ୍ଚ ଦୂରରେ ରହିଥିବେ । ଏହାକୁ ଭିତ୍ତି କରାଯାଇ ଭାଗଚାଷୀ ଓ ଚାଷୀ ମାନଙ୍କ ନାମ ପଞ୍ଜିକରଣରୁ ବାଦ ଦେବା ଦୁର୍ଭାଗ୍ୟ ଜନକ ବୋଲି ଡିଆରସିଏସଙ୍କୁ ସାକ୍ଷାତ କରିଥିବା ଚାଷୀ ନେତା ଓ ଲୋକପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ତେଣୁ ତୁରନ୍ତ କୃଷି, ସମବାୟ ଏବଂ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ଦ୍ବାରା ଚାଷ ଜମି ନିକଟକୁ ଯାଇ କ୍ଷେତ୍ରଗସ୍ତ କରିବା ସହ ଯାଞ୍ଚ କରିବାକୁ ଏହି ଆଲୋଚନା ବେଳେ ଦାବି କରାଯାଇଥିଲା । ଏଥିନେଇ ଡିଆରସିଏସ ମୋନିକା ରାୟ ଆଲୋଚନା ବେଳେ ଆସନ୍ତା ୨୬ ତାରଖ ଠାରୁ ଚାଷୀ ଏବଂ ଭାଗଚାଷୀ ନେଇ କ୍ଷେତ୍ରଗସ୍ତକାରୀ ମାନେ ଯାଞ୍ଚ କରିବେ ବୋଲି ପ୍ରତିଶୃତି ଦେଇଥିଲ । ଡିଆରସିଏସ ମୋନିକା ରାୟଙ୍କ ସହିତ ଆଲୋଚନା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରସାଦ ବିଡିକା, ଚାଷୀ ନେତା ନରେନ୍ଦ୍ର ପ୍ରଧାନ, ଅଭୟ ଭଟ୍ଟ ଏବଂ ଜିଲ୍ଲାର ଜୟପୁର, କୁନ୍ଦୁରା, ବୋରିଗୁମ୍ମାର ଚାଷୀ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande