
ଗଞାମ, ୨୧ ନଭେମ୍ବର (ହି.ସ.)- ଗଂଜାମ ଜିଲା ଶାଖା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବଲ୍ଯୁଜେ)ର ବୈଠକ ନୂଆ ବସଷ୍ଟେଣ୍ଡ ନିକଟସ୍ଥ କାର୍ଯ୍ଯାଳୟରେ ଶାଖା ସଭାପତି ଡାକ୍ତର ହୃଷୀକେଶ ମହାନ୍ତିଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଉପସଭାପତି ସଚ୍ଚିଦାନନ୍ଦ ନାୟକ ଶପଥ ପାଠ କରାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଗତ ବୈଠକର ବିବରଣୀ ସାଧାରଣ ସଂପାଦକ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକରେ ଏହା ଅନୁମୋଦିତ କରାଯାଇଛି । ବୈଠକରେ କାର୍ଯ୍ୟକାରୀ ସଭାପତି ରାମପ୍ରସାଦ ସାମଲ ଉପସ୍ଥିତ ସଦସ୍ଯମାନଙ୍କୁ ସ୍ୱାଗତ ଜଣାଇବା ସହ ନୂତନ ସଦସ୍ୟ ଗ୍ରହଣ କରିବାକୁ ଗୁରୁତ୍ୱ ଦେଇଥିଲେ। ସଂଘ ବୈଠକ ପ୍ରତି ମାସରେ ନିୟମିତ କରିବାକୁ ସାଧାରଣ ସଂପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପରିଶେଷରେ ଡି. ପର୍ଶୁରାମ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ । ସଦସ୍ଯମାନଙ୍କ ପ୍ରମାଣ ପତ୍ର ଓ ପରଚୟପତ୍ର ତୁରନ୍ତ ଜିଲାସାଧାରଣ ସଂପାଦକଙ୍କ ନିକଟକୁ ପଠାଇଦେବାକୁ ରାଜ୍ୟ କାର୍ଯ୍ୟାଳୟକୁ ଅନୁରୋଧ କରାଗଲା ।
ବୈଠକରେ ସାମ୍ବାଦିକ ନିଗମାନଂଦ ପଣ୍ଡା, ହରେକୃଷ୍ଣ ମହାନ୍ତି, ଶିବ ପ୍ରସାଦ ପାଢୀ, ହେମନ୍ତ କୁମାର ମହାନ୍ତି, ଶିବରାମ ଦଳାଇ, ଶିବରାମ ପାତ୍ର ଓ ଏମ. ଆନନ୍ଦ ରାଓ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ