
ସମ୍ବଲପୁର, ୨୧, ନଭେମ୍ବର (ହି.ସ.)ଗରିବ ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ଭିଜିଲାନ୍ସ ବିଭାଗ ପାକ୍ସ ସଂପାଦକ ସୁରେଶ ଚନ୍ଦ୍ର ସାହୁ ବିରୋଧରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ଦର୍ଶାଇଛି। ଦେବଗଡ଼ ଜିଲ୍ଲାର ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପାକ୍ସ ସଂପାଦକ ସୁରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ତଦନ୍ତ ବେଳେ ଜଣାପଡିଛି ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ଚାଷୀମାନଙ୍କର ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କାକୁ ବିଭିନ୍ନ ଆଳରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ତଦନ୍ତ କରିବା ସମୟରେ ଶ୍ରୀ ସାହୁ ଚାଷୀମାନଙ୍କର ଋଣ ସଂପର୍କିତ ତଥ୍ୟ ଉପସ୍ଥାପନ କରିପାରି ନଥିଲେ। ଫଳରେ ସେ ୪୦ଲକ୍ଷ ୭୧ ହଜାର ୬୪୪ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ