
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଜନ୍ମ ପୀଠ ଆଗରପଡାର ବିଭିନ୍ନ ସ୍ଥାନରେ ଆଜି ମହତାବଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉତ୍ସାହର ସହ ପାଳିତ ହୋଇଛି । ଭଦ୍ରକ ମହତାବ ସ୍ମାରକୀ ପରିଷଦ ଓ ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଆଗରପଡାର ମିଳିତ ଅୟୋଜନରେ ସକାଳେ କୁଆଁସମଢିଆ ଠାରେ ଥିବା ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ମାରକୀ ପରିଷଦର ସଭାପତି ଡ.ଭାଗବତ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ.କ୍ଷୀରୋଦ ସାମଲ, ବିଶିଷ୍ଟ ସମାଜସେବୀ ଅଜୟ ନାୟକ,ଆଗରପଡା ସୁରକ୍ଷା ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ମହତାବଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସୁବାଷ ଚନ୍ଦ୍ର ଦାଶ, ସନ୍ତୋଷ କୁମାର ମହାନ୍ତି, ରଞ୍ଜନ କୁମାର ଦାସ, ରାମଚନ୍ଦ୍ର ଦାସ, ରତ୍ନାକର ନାୟକ,ଗଦାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଅଧିବକ୍ତା ଅଗଣୀ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କଲେଜ ଛକସ୍ଥିତ ମହତାବଙ୍କ ପ୍ରତିମୂର୍ତିରେ ମହତାବ କ୍ଲବ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିରେ ବାସୁଦେବପୁର ଅଂଚଳର ବିଶିଷ୍ଟ ସମାଜସେବୀ ମହମ୍ମଦ ସୌକତ ଅଲ୍ଳୀ ଖାନ୍, ଏସିବି ଫାଉଣ୍ଡେସନର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ଗଦାଧର ବେହେରା,ପୂର୍ବତନ ସରପଂଚ ସତ୍ୟସାଧନ ବେଜ,ସାମ୍ବାଦିକ ହେମନ୍ତ କୁମାର ସିଂହ, ଜିତେନ୍ଦ୍ର ଶତପଥି ପ୍ରମୁଖ ଡ.ମହତାବ ଏକାଧାରରେ ରାଜନେତା, ସାହିତ୍ୟିକ, ସାମ୍ବାଦିକ,କୂଟନୈତିକ ଓ ଦୂରଦୃଷ୍ଟି ସମ୍ଫର୍ଣ୍ଣ ବ୍ୟକ୍ତି ଥିଲେ ବୋଲି କହିଥିଲେ । ସେହିପରି ଆପ୍ତିରା ୟୁଜିଏମଇ ସ୍କୁଲରେ ଏହି ଦିବସ ପାଳିତ ହୋଇଛି । ପ୍ରଧାନଶିକ୍ଷକ କୁଳମଣି ନାୟକଙ୍କ ସଭାପତିତ୍ୱ ଓ ସହକାରୀ ଶିକ୍ଷକ ଗୋପିନାଥ ଦାଶଙ୍କ ସଂଯୋଜନାରେ ସହକାରୀ ଶିକ୍ଷୟତ୍ରୀ ଅନୂଜା ପଣ୍ଡା, ଶିକ୍ଷକ ପ୍ରଭାତ କୁମାର ନାୟକ ଉପସ୍ଥିତ ରହି ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରିଥିଲେ । ସ୍ୱାଧିନତା ସଂଗ୍ରାମ ଓ ଗଡଜାତ ମିଶ୍ରଣରେ ମହତାବଙ୍କ ଭୂମିକା,ଉତ୍କଳ ପ୍ରଦେଶ ଗଠନ ଓ ବିକାଶରେ ମହାତାବଙ୍କ ଅବଦାନ ନେଇ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ