ଆନ୍ତଃସ୍କୁଲ ଚିତ୍ରକଳା ଏବଂ ହସ୍ତକଳା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ସଫଳତା
କେନ୍ଦୁଝର, ୨୧ ନଭେମ୍ବର (ହି.ସ.)- ନିକଟରେ ସିବିଏସଇ ସହୋଦୟ ସ୍କୁଲ କମ୍ପ୍ଲେକ୍ସ ଇଷ୍ଟର୍ଣ ଓଡ଼ିଶା ଚାପ୍ଟର ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଆନ୍ତଃସ୍କୁଲ ଚିତ୍ରକଳା ଏବଂ ହସ୍ତକଳା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ପ୍ରତୀକ୍ଷା ସାହୁ ଏବଂ ନବମ ଶ୍ରେଣୀର ଛାତ୍ର ଶାଶ୍ବତ
ଆନ୍ତଃସ୍କୁଲ ଚିତ୍ରକଳା ଏବଂ ହସ୍ତକଳା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ସଫଳତା


କେନ୍ଦୁଝର, ୨୧ ନଭେମ୍ବର (ହି.ସ.)- ନିକଟରେ ସିବିଏସଇ ସହୋଦୟ ସ୍କୁଲ କମ୍ପ୍ଲେକ୍ସ ଇଷ୍ଟର୍ଣ ଓଡ଼ିଶା ଚାପ୍ଟର ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଆନ୍ତଃସ୍କୁଲ ଚିତ୍ରକଳା ଏବଂ ହସ୍ତକଳା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ପ୍ରତୀକ୍ଷା ସାହୁ ଏବଂ ନବମ ଶ୍ରେଣୀର ଛାତ୍ର ଶାଶ୍ବତୀ ପରିଡ଼ା ହସ୍ତକଳା ପ୍ରଦର୍ଶନୀରେ ଉଚ୍ଚକୋଟୀର ପ୍ରତିଭା ପ୍ରଦର୍ଶନ କରି ପ୍ରଥମସ୍ଥାନ ଅଧିକାର କରିବା ସହ ସହ ପୁରସ୍କାର ଏବଂ ମାନପତ୍ର ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି। ବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରୀ ଯଥା ଆରାଧନା ଜେନା, ଶର୍ମିଷ୍ଠା ପଟ୍ଟନାୟକ, ତେଜସ୍ଵୀନି ଗିରି ପ୍ରମୁଖ ଚିତ୍ରକଳାରେ ଅଂଶଗ୍ରହଣ କରି ଉଚ୍ଚପ୍ରଶଂସିତ ହେଇଛନ୍ତି । ବିଦ୍ୟାଳୟର କଳା ଶିକ୍ଷକ ବିଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେମାନେ ଏହି ସଫଳତା ପାଇଛନ୍ତି। ଡିୟୁ ପବ୍ଲିକ ସ୍କୁଲ ଚଣ୍ଡିଖୋଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦ଟି ଚିତ୍ରକଳା ଏବଂ ହସ୍ତକଳା ପ୍ରଦର୍ଶିତ ହେଇଥିଲା।

ବିଦ୍ୟାଳୟର ପ୍ରତିଷ୍ଠାତା ଇଂ. ଦେବବ୍ରତ ବେହେରା ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତାରେ ସ୍କୁଲ ଗର୍ବିତ ବୋଲି ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳିୟର ପ୍ରଶାସନିକ ଅଧ୍ଯକ୍ଷ ଇଂ. ମୃତ୍ୟୁଞ୍ଜୟ ନାୟକ ଏବଂ ଅଧ୍ୟକ୍ଷ ଡଃ. ଦିବ୍ୟକିଶୋର ପ୍ରଧାନ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବିଦ୍ୟାଳୟ ପାଇଁ ଆହୁରି ସଫଳତା ଆଣିବା ନିମିତ୍ତ ଉତ୍ସାହିତ କରିଛନ୍ତି। ଛାତ୍ରଛାତ୍ରୀ ମାନେ ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜ ପିତାମାତାଙ୍କୁ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande