କୁମାରବସ୍ତ ଲୋକନାଥ ଦେବ କ୍ରିକେଟ ଟୁର୍ନାମେଂଟ ପଳାଶ ପୁର ଓ ଗଙ୍ଗପଡ଼ା ବିଜୟୀ
ଖୋର୍ଦ୍ଧା, ୨୧ ନଭେମ୍ବର(ହି.ସ.) – ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥ ଦେବ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ ପଳାଶପୁର ଦଳ ଅରିସଲକୁ ୧୩ ରନ୍‌ରେ ପରାସ୍ତ କରିଛି। ପଳାଶପୁର ଦଳ ପ୍ରଥମେ ବ୍ୟାଟିଂ କରି ବସନ୍ତ ସାହୁଙ୍
Criket


ଖୋର୍ଦ୍ଧା, ୨୧ ନଭେମ୍ବର(ହି.ସ.) – ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥ ଦେବ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ ପଳାଶପୁର ଦଳ ଅରିସଲକୁ ୧୩ ରନ୍‌ରେ ପରାସ୍ତ କରିଛି। ପଳାଶପୁର ଦଳ ପ୍ରଥମେ ବ୍ୟାଟିଂ କରି ବସନ୍ତ ସାହୁଙ୍କ ୨୧ରନ ସହାୟତାରେ ୧୫ ଓଭର ରେ ୧୧୬ ରନ ସଂଗ୍ରହ କରିଥିଲେ। ଜବାବରେ ଅରିସଲ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୧୦୩ରନ୍ କରି ପରାଜିତ ହୋଇଥିଲା। ବସନ୍ତ ସାହୁ ଘାତକ ବୋଲିଂ କରି ୫ ଟି ୱିକେଟ ସଫଳତା ହାସଲ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ବସନ୍ତ ସାହୁଙ୍କୁ ସମାଜସେବୀ ରାକେଶ ବରାଳ ପୁରସ୍କୃତ କରିଥିଲେ। ଦ୍ୱିତୀୟ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ବାଙ୍କୀ ଦଳ ନିର୍ଦ୍ଧାରିତ ୧୮ ଓଭରରୁ ସମସ୍ତ ୱିକେଟ ହରାଇ ୧୨୫ରନ ସଂଗ୍ରହ କରିଥିଲେ। ଜବାବରେ ଗଙ୍ଗପଡ଼ା ଦଳ ନିର୍ଦ୍ଧାରିତ ୧୩ ଓଭର ରେ ୫ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ଶ୍ରେଷ୍ଠ ଖେଳାଳି ଅନିଲ ମହାପାତ୍ରଙ୍କୁ ସମାଜସେବୀ କଲ୍ୟାଣ କୁମାର ବାରିକ ପୁରସ୍କୃତ କରିଥିଲେ। ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ଶିବଦତ ବଡ଼ଜେନା, ତୁଷାରକାନ୍ତ ସୁନ୍ଦରାୟ, ରାକେଶ ପାତ୍ର। ସ୍କୋରର ଦାୟିତ୍ୱରେ ପ୍ରକାଶ ସାହୁ ଓ ସୂର୍ଯ୍ୟପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇଥିଲେ। ଆସନ୍ତାକାଲି ପ୍ରଥମ ମ୍ୟାଚ୍ ସୁଆଙ୍ଗ ବନାମ କାଇପଦର ଏବଂ ଦ୍ୱିତୀୟ ମ୍ୟାଚ ମେଣ୍ଢାଶାଳ ବନାମ ଭାଲିଆବାଡି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡ଼ା ସୁଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande