ମାଁ ସମଲେଶ୍ବରୀଙ୍କ ଭୋଗ ପାଇଁ ନୂଆ ବର୍ଷରୁ ଜୈବିକ ପ୍ରଣାଳୀରେ ହେବ ଅନ୍ନ ପ୍ରସ୍ତୁତ
ମାଁ ସମଲେଶ୍ବରୀଙ୍କ ଭୋଗ ପାଇଁ ନୂଆ ବର୍ଷରୁ ଜୈବିକ ପ୍ରଣାଳୀରେ ହେବ ଅନ୍ନ ପ୍ରସ୍ତୁତ
ମାଁ ସମଲେଶ୍ବରୀଙ୍କ ଭୋଗ ପାଇଁ ନୂଆ ବର୍ଷରୁ ଜୈବିକ ପ୍ରଣାଳୀରେ ହେବ ଅନ୍ନ ପ୍ରସ୍ତୁତ


ମାଁ ସମଲେଶ୍ବରୀଙ୍କ ଭୋଗ ପାଇଁ ନୂଆ ବର୍ଷରୁ ଜୈବିକ ପ୍ରଣାଳୀରେ ହେବ ଅନ୍ନ ପ୍ରସ୍ତୁତ


ମାଁ ସମଲେଶ୍ବରୀଙ୍କ ଭୋଗ ପାଇଁ ନୂଆ ବର୍ଷରୁ ଜୈବିକ ପ୍ରଣାଳୀରେ ହେବ ଅନ୍ନ ପ୍ରସ୍ତୁତ


ସମ୍ବଲପୁର, ୨୧, ନଭେମ୍ବର (ହି.ସ.) ମାଁ ସମଲେଶ୍ୱରୀ ମା'ଙ୍କ ଭୋଗ ମଣ୍ଡପକୁ ଜୈବିକ ପଦ୍ଧତି ରେ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳ ବରଗଡ଼ ଜିଲ୍ଲା ର ପଦ୍ମପୁର ରୁ ଚାଉଳ ଆସିବ। ଏଥିପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସଞ୍ଜୟ ବାବୁ ଙ୍କ ନେତୃତ୍ୱରେ ସଭ୍ୟ ହେମନ୍ତ ମିଶ୍ର ଓ ବୀରେନ୍ଦ୍ର ରାଏ ପଦ୍ମପୁର ଗସ୍ତ କରି ବିମଳ ଫାର୍ମର୍ସ ପ୍ରୋଡ୍ୟୁସର୍ ଅର୍ଗାନାଇଜେସନ୍(ଏଫପିଓ), ମହୁଲପାଲି, ପଦ୍ମପୁର ର କୃଷକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ମା’ ସମଲେଶ୍ୱରୀଙ୍କ ଭୋଗର ପବିତ୍ରତାକୁ ଆଉ ଅଧିକ ଉଚ୍ଚ ମାନକୁ ନେବାପାଇଁ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ଧାନରୁ ପ୍ରସ୍ତୁତ ଚାଉଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି। ଟ୍ରଷ୍ଟ କର୍ମକର୍ତ୍ତା ଙ୍କ ଏହି ଗସ୍ତ ସମୟରେ ପ୍ରାୟୋଗିକ ଭାବରେ କୃଷିପ୍ରଣାଳୀର ଅବସ୍ଥା, ଉତ୍ପାଦନର ନିୟମିତତା, ଗୁଣବତ୍ତା, ଚାଷୀମାନଙ୍କ ପ୍ରସ୍ତୁତି ଓ ସମଗ୍ର ଜୈବିକ ପ୍ରକ୍ରିୟାକୁ ଅଧ୍ୟୟନ କରାଯାଇଛି। ବିମଳ ଏଫପିଓ ପଦମପୁର ଅଞ୍ଚଳର କୃଷକମାନେ ଗତ କିଛି ବର୍ଷ ଧରି ଜୈବିକ ପ୍ରଣାଳୀରେ ଧାନ ଚାଷ କରୁଛନ୍ତି। ବିଶେଷକରି ରାସାୟନିକ ସାର, କୀଟନାଶକ ବନ୍ଦ କରି ପାରମ୍ପରିକ ପ୍ରକୃତି-ଆଧାରିତ ଚାଷ ପ୍ରଣାଳୀକୁ ପୁନଃରୁଜ୍ଜୀବନ କରାଯାଇଛି । ଏହି ଉତ୍ପାଦିତ ଧାନର ଚାଉଳ ମା’ ସମଲେଶ୍ୱରୀଙ୍କ ନିତ୍ୟ ଭୋଗରେ ବ୍ୟବହାର କରାଯାଇବାକୁ ମନ୍ଦିର ଟ୍ରଷ୍ଟ ଉଦ୍ୟମ ଜାରିରଖିଛି । ଗ୍ରସ୍ତ ସମୟରେ ସଞ୍ଜୟ ବାବୁ ଓ ଦଳ ଭୂମିର ଉର୍ବରତା, ଚାଷ ପ୍ରଣାଳୀ, ଧାନ ଶୁଷ୍କୀକରଣ ଏବଂ ଚାଉଳ ପ୍ରସ୍ତୁତିର ସମସ୍ତ ପଦକ୍ଷେପକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସ୍ଥାନୀୟ କୃଷକମାନେ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୋଗରେ ନିଜ ଉତ୍ପାଦିତ ଜୈବିକ ଅନ୍ନ ବ୍ୟବହାର ହେବ ବୋଲି ଗର୍ବ ଓ ଭାବନାପୂର୍ଣ୍ଣ ସନ୍ତୋଷ ବ୍ୟକ୍ତ କରିଥିଲେ । ଆସନ୍ତା ନୂଆବର୍ଷରୁ ଏହି ଚାଉଳ ରୁ ପ୍ରସ୍ତୁତ ଭୋଗ ଉପଲବ୍ଧ ହେବ ବୋଲି ନିଷ୍ପତି ନିଆଯାଇଛି। ଟ୍ରଷ୍ଟ ସହିତ ଆଲୋଚନାରେ କୃଷକ ପ୍ରତିନିଧି ମାନେ ସୁଚିନ୍ତିତ ମତାମତ ରଖିଥିଲେ ଏବଂ ଜୈବିକ ପ୍ରଣାଳୀର ସମସ୍ତ ପକ୍ଷ ଉପରେ ଆଲୋକପାତ କରିଥିଲେ।

ଟ୍ରଷ୍ଟ ଅଧ୍ୟକ୍ଷ ସଞ୍ଜୟ ବାବୁ କହିଛନ୍ତି ଯେ,ମା ସମଲେଶ୍ୱରୀଙ୍କ ଭୋଗ ପବିତ୍ରତାର ପ୍ରତୀକ। ତେଣୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଧାନର ଚାଉଳ ବ୍ୟବହାର କରିବା କେବଳ ଭୋଗର ଶୁଦ୍ଧତାକୁ ବଢ଼ାଇବ ତାହା ନୁହେଁ, ଅଞ୍ଚଳର ଚାଷୀ ଭାଇମାନଙ୍କୁ ନୂଆ ସୁଯୋଗ ଓ ଆତ୍ମସମ୍ମାନ ଦେବ। ମନ୍ଦିର ପକ୍ଷରୁ ଏହି ଉଦ୍ୟମକୁ ସମ୍ମତି ଦେଇଥିବା ସଂପୃକ୍ତ ଅନୁଷ୍ଠାନ ପ୍ରଚେଷ୍ଟା ପ୍ରଶଂସନୀୟ । ଜୈବିକ ଚାଷ ଏକ ଲମ୍ବା ପ୍ରକ୍ରିୟା ହେଲେ ମଧ୍ୟ ଭକ୍ତମାନଙ୍କ ପାଇଁ ପବିତ୍ର ପ୍ରସାଦ ଯୋଗାଣର ଉଦ୍ୟମରେ ଏହା ଅତ୍ୟନ୍ତ ଉପଯୋଗୀ ହେବ । ଏହି ଗ୍ରସ୍ତ ଓ ଆଲୋଚନା ଦ୍ୱାରା ପ୍ରମାଣିତ ହୋଇଛି ଯେ, ପଦମପୁର ଅଞ୍ଚଳର ଚାଷୀମାନେ ଜୈବିକ ଚାଷ ପ୍ରଣାଳୀ ପ୍ରତି ସଂପୃକ୍ତ ଓ ଆବେଗଶୀଳ । ଏହି ପ୍ରୟାସ ନିଶ୍ଚୟ ଭାବେ ଆଗାମୀଦିନରେ ମା’ ସମଲେଶ୍ୱରୀ ମନ୍ଦିରର ଭୋଗ ବ୍ୟବସ୍ଥାରେ ଏକ ନୂତନ ଐତିହ୍ୟ ଗଢ଼ି ଦେବ ବୋଲି ସଂପୃକ୍ତ ଚାଷୀ ମାନେ ମତ ବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande