
କେନ୍ଦୁଝର, 21 ନଭେମ୍ବର (ହି.ସ.)ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଏବଂ ଭଲିବଲ ପ୍ରତିଯୋଗୀତା ନରଣପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ପ୍ରଭୃତି ୯ଟି ଜିଲ୍ଲାରୁ ୧୩ଟି ପ୍ରକଳ୍ପ ଏଠାରେ ସ୍ଥାନ ପାଇଥିଲା । ୧୩ଟି ପ୍ରକଳ୍ପ ପାଇଁ ବିଭିନ୍ନ ବିଦ୍ୟାଳୟରୁ ୧୩ଜଣ ଜଣ ଗାଇଡ୍ ଟିଚର ଏବଂ ୨୬ ଜଣ ଶିଶୁ ବିଜ୍ଞାନୀ ବିଜ୍ଞାନ ନମେଳାରେ ଭାଗ ନେଇଥିଲେ । ଏହି ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରି କରିଥିବା ୬ଟି ପ୍ରକଳ୍ପ ରାଜ୍ଯସ୍ବରକୁ ମନୋନୀତ ହୋଇଛି । ଅନୁଗୁଳ ଜିଲ୍ଲା ଫୁଲମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ସିମରନ ପ୍ରିୟଦର୍ଶିନୀ ନାଏକ ଏବଂ ପ୍ରିୟଙ୍କା ସେଠୀ,କଟକ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ମାଧପୁରର ମିରୁ ହେମ୍ବ୍ରମ ଓ ଚନ୍ଦ୍ରିକା ହାଁସଦା,କେନ୍ଦୁଝର ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅସନପାଟି ର ଶୁଭଲକ୍ଷ୍ମୀ ନାୟକ ଓ ଶୁଭସ୍ମିତା ତନ୍ତୀ, କୁସୁମିତା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିମା ମୁଣ୍ଡା ଓ ଅର୍ଚ୍ଚିତା ନାଏକ,ଜଗତସିଂହପୁର ଜିଲ୍ଲାରୁ ପାରେଶ୍ବର ସରକାରୀ ହାଳିକା ଉଚ୍ଚ ବିଦ୍ୟାଳୟ ପାରାଦୀପରୁ ସାରଥୀ ଟୁଡ଼ୁ ଓ ବିଷ୍ଣୁପ୍ରୀୟ ସେଠୀ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୟାଗଡର ରୁପାଞ୍ଜଳୀ ମଲ୍ଲିକ ଓ ସସ୍ମିତା ଜାନୀଙ୍କ ନୀଙ୍କ ପ୍ରଦର୍ଶିତ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଛି । ଶ୍ରେଷ୍ଠ ୬ଟି ପ୍ରକଳ୍ପ ଡିସେମ୍ବର ୧୮ ରୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡିଛି । ମଣ୍ଡଳସ୍ତିରୀୟ ଭଲିବଲ ପ୍ରତିଯୋଗୀତାରେ ବାଳକ ଏବଂ ବାଳିକା ବିଭାଗରେ ୧୪ ଟି ଦଳ ଭାଗ ନେଇଥିଲେ ଥିଲେ । । ଏଥିରେ ଉଭୟ କେନ୍ଦୁଝର ବାଳକ ଏବଂ ବାଳିକା ଦଳ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛି । ଉଦ୍ୟାପନୀ ସମାରୋହରେ କେନ୍ଦୁଝର ଜୋନ ଶିକ୍ଷା ମଣ୍ଡଳାଧୂଶ ସଂଚିତା ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି,ସ୍ବତନ୍ତ୍ର ଅଧୂକାରୀ ସୁନାରାମ ସିଂ, ଜିଲ୍ଲା ଶିକ୍ଷା ନୀରିକ୍ଷକ ସଞ୍ଜୟ କୁମାର ଧଳ,ସହକାରୀ ଜିଲ୍ଲା ମଙ୍ଗଳ ଅଧୂକାରୀ ଜୟନ୍ତ କୁମାର ସାମନ୍ତ ସିଂହାର,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ରାଉତ,ପ୍ରଧାନ ଶିକ୍ଷୟିତ୍ରୀ ଅପରିମିତା ବେହେରା,ପ୍ରଧାନ ଶିକ୍ଷକ ସୋମନାଥ ଆଇଚ ପ୍ରମୁଖ ଅତିଥିମାନେ ମନୋନୀତ ସମସ୍ତ ଦଳକୁ ଟ୍ରଫି ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ଏହି ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗିତାରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାୟକ,ପ୍ରଧାନଶିକ୍ଷକ ବିକାଶ ଶତପଥି,ସଚ୍ଚିଦାନନ୍ଦ ଦାଶ,ଶିକ୍ଷକ ରଘୁନାଥ ସାହୁ,ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି,ଶିକ୍ଷୟି କ୍ଷୟିତ୍ରୀ ସଂଚିତା କରୁ,ଶିକ୍ଷକ ନିଶିକାନ୍ତ କିଙ୍ଗୁ, ଶିକ୍ଷକ ଲାଲମୋହନ ସର୍ଦ୍ଦାର,ଅଧ୍ୟାପକ ପକ ସୌମ୍ୟକାନ୍ତ ସାହୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA