
କେନ୍ଦୁଝର, ୨୧ ନଭେମ୍ବର (ହି.ସ.)-
ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିନ ୧୧ ଟାରେ କେନ୍ଦୁଝର ଘଟଗାଁ ଠାରେ ପହଞ୍ଚି ମା ତାରିଣୀଙ୍କ ଦର୍ଶନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ସେଠାରେ ଦେଶର ମଙ୍ଗଳ କାମନା କରିଥିଲେ । ଦର୍ଶନ ସରିବା ପରେ ପିଡବ୍ଲୁଡି ଆଇବିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ପରେ ଆନନ୍ଦପୁରର ଅଳତୀ ଠାରେ ଥିବା ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାପରେ ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA