ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଏସ୍. ଏନ୍. ଗିରିଶଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ
ସୁବର୍ଣ୍ଣପୁର, ୨୧ ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଏସ୍. ଏନ୍. ଗିରିଶ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବା ସହିତ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ୨୦ ତାରିଖ ଅପରାହ୍ନ ୨ଟା ୩୦ ସମୟରେ ସେ ସୋନପୁର ପଞ୍ଚାୟତ ସମିତି ଅନ୍ତ
ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଶ୍ରୀ ଏସ୍. ଏନ୍ ଗିରିଶଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ।


ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଶ୍ରୀ ଏସ୍. ଏନ୍ ଗିରିଶଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ।


ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଶ୍ରୀ ଏସ୍. ଏନ୍ ଗିରିଶଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ।


ସୁବର୍ଣ୍ଣପୁର, ୨୧ ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଏସ୍. ଏନ୍. ଗିରିଶ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବା ସହିତ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ୨୦ ତାରିଖ ଅପରାହ୍ନ ୨ଟା ୩୦ ସମୟରେ ସେ ସୋନପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଳାପଥର ଗ୍ରାମପଞ୍ଚାୟତର ନନ୍ଦନମାଲ ଠାରେ ନିର୍ମାଣାଧୀନ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ତା' ପରେ ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ କୋଟ ସମଲାଇ ଗ୍ରାମପଞ୍ଚାୟତର କୋଟସମଲାଇ ଠାରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ଓ ଗୁମ୍ଫା ଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର ଓ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ସୁବର୍ଣ୍ଣପୁର, ଆଶୁତୋଷ ଭଦ୍ର ଓ ସହକାରୀ ଯନ୍ତ୍ରୀ, ସୋନପୁର ଓ ବୀରମହାରାଜପୁର ଦ୍ୱୟ, ଯନ୍ତ୍ରୀ ଏମଇଆଇଏଲ ଓ ଅନ୍ୟ କର୍ମଚାରୀମାନେ କମିଶନର ତଥା ଶାସନ ସଚିବଙ୍କ ସହିତ ଗସ୍ତ କରି ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ।

ଏହି ଗସ୍ତ ଅବସରରେ ସେ ସୋନପୁର ଓ ତରଭା ବ୍ଲକରେ ବର୍ତ୍ତମାନ ଚାଲୁଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ପର୍ଯ୍ୟଲୋଚନା କରିଥିଲେ। କମିଶନର ତଥା ଶାସନ ସଚିବ, ଇପିସି କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଅଧିକ ସଂଖ୍ୟକ ମାନବ ସମ୍ବଳ ବିନିଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପନ କରିବା ସହିତ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ସଠିକ୍ ଭାବରେ ବଜାୟ ରଖିବା ହେବେ। ଗସ୍ତ ସାରି ସେ ଭୁବନେଶ୍ୱର ଫେରିଯାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande