
ଜୟପୁର,21 ନଭେମ୍ବର (ହି.ସ.)
: କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଜି ଅପରାହ୍ନରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି , ପାରିବାରିକ ବିବଦକୁ ନେଇ ଗୋପବନ୍ଧୁ ନଗର ଏବଂ ବାପୁଜୀ ନଗର ବାସିନ୍ଦାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହିପରି ଉଭୟ ସାହିର ପୁରୁଷ, ଯୁବକ, ମହିଳା ମାନେ ମୁହାଁମୁହିଁ ହେବା ସହିତ ଉଭୟ ଉଭୟଙ୍କ ଉପରେ ପଥର ମାଡ କରିଥିଲେ । ସେହିପରି ଯୁବକ ମାନେ ଖଣ୍ଡା, ଫାର୍ଶା, ଲୁହା ରୋଡ, ଠେଙ୍ଗା ନେଇ ପରସ୍ପର ଉପରେ ଆକ୍ରମଣ ପାଇଁ ଉଦ୍ୟତ ହେଉଥିବା ବେଳେ ଠିକ ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଜୟପୁର ଏସଡିପିଓ ପାର୍ଥ କାଶ୍ୟର ଏବଂ ଟାଉନଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଉଭୟ ଟାଉନ ଓ ସଦରଥାନା ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ସାହି ବାସିନ୍ଦାଙ୍କୁ ଘଉଡାଇଥିଲେ । ଏହିପରି ଉଭୟ ପକ୍ଷରୁ ଉଭୟଙ୍କ ଉପରେ ପଥର ମାଡ ଯୋଗୁଁ ଉଭୟ ପକ୍ଷର ୫ରୁ ଉର୍ଦ୍ଧ୍ବ ଯୁବକ ମାନେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁଲିସ ଉଦ୍ଧାର କରିବା ସହ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେହିପରି ପୁଲିସ ଦଳ ଉଭୟ ବାପୁଜୀ ନଗର ଏବଂ ଗୋପବନ୍ଧୁ ନଗରରେ ଉପସ୍ଥିତ ରହିଥିବା ବେଳେ ଖଣ୍ଡା. ବାର୍ଶା ପ୍ରଭୃତି ମାରଣାସ୍ତ୍ର ଜବତ କରିଛନ୍ତି । ଏହିପରି ଆଜି ରାତିରେ ଉଭୟ ସାହିରେ ଏକ ପ୍ଲାଟୁନ ଲେଖାଏଁ ପୁଲିସ ଉପସ୍ଥିତ ରହିବେ ବୋଲି ଏସଡିପିଓ ଶ୍ରୀ କାଶ୍ୟପ ପ୍ରକାଶ କରିଛନ୍ତି । ଏହିପରି ୪ ଜଣଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ୨ଜଣ ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ କୌଣସି ବ୍ୟକ୍ତି ଗୁରୁତର ନଥିବା ନେଇ ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରକାଶଯେ, ବାପୁଜୀ ନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ଗୋପବନ୍ଧୁ ନଗର ଅଞ୍ଚଳ ଯୁବକ ପ୍ରେମ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ଜାତିକୁ ନେଇ ବିବାଦ ଯୋଗୁଁ ଯୁବତୀଙ୍କୁ ଶାଶୁଘର ଲୋକ ନିର୍ଯାତନ ଦେଉଥିବା ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାର ଦ୍ବାରସ୍ତ ହୋଇଥିଲେ । ଏଥିନେଇ ଆଜି ଥାନାରେ ସମାଧାନ ନେଇ ଉଭୟ ସାହିର ବୟଜ୍ୟୋଷ୍ଠ ଉପସ୍ଥିତ ରହି ସମଧାନ ନେଇ ସ୍ଥିର ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଆଜି ଅପରାହ୍ନରେ ଗୋପବନ୍ଧୁ ନଗରର ୫ରୁ ୬ଜଣ ଯୁବକ ବାଇ ବିଭିନ୍ନ ମାରଣାସ୍ତ୍ର ନେଇ ବାପୁଜୀ ନଗର ଭିତରେ ପ୍ରବେଶ କରିଥିଲେ ଏବଂ ସାହି ବାସିନ୍ଦାଙ୍କୁ ଧମକ ଚମକ ଦେଇଥିଲେ । ଏହାପରେ ବାପୁଜୀ ନଗର ବାସିନ୍ଦା ବିଭିନ୍ନ ମାରଣାସ୍ତ୍ର ନେଇ ଗୋପବନ୍ଧୁ ନଗର ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ମଧ୍ୟ ଅନରୂପ ଭବେ ଗୋପବନ୍ଧୁ ନଗରର ବାସିନ୍ଦା ବିଭିନ୍ନ ମାରଣାସ୍ତ୍ର ନେଇ ଆସିବା ସହ ଉଭୟ ଉଭୟଙ୍କ ଉପରେ ପଥର ମାଡ କରିଥିଲେ । ଏହିପରି ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନଙ୍କ ପଥର ମାଡରେ ଗାଡି ଗୁଡିକ ଭାଙ୍ଗି ଯାଇଛି । ଠିକ ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସାହି ବାସିନ୍ଦାଙ୍କୁ ଘଉଡାଇଥିଲେ । କିନ୍ତୁ ରାତି ସୁଦ୍ଧା ଉତ୍ତେଜନା ଲାଗି ରହିଛି, ଏହିପରି ଉଭୟ ସାହି ବାସିନ୍ଦା ପରଷ୍ପର ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ କରିବା ସହ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିଡିପିଓ ଶ୍ରୀ କାଶ୍ୟପ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି