ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ପୁରୀ ସ୍ଵଚ୍ଛ ମାଛ ବଜାର ଉଦଘାଟିତ
ପୁରୀ, ୨୧ ନଭେମ୍ବର (ହି.ସ.)- ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ବହୁ ପ୍ରତିକ୍ଷୀତ ପୁରୀ ଜିଲ୍ଲା ସ୍ଵଚ୍ଛ ମାଛ ବଜାର ଉଦ୍ଘାଟିତ ହୋଇଛି। ପୁରୀ ତାଳବଣିଆ ସ୍ଥିତ ଏହି ସ୍ୱଚ୍ଛ ମାଛ ବଜାରକୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରି ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ।ପୁରୀ ସହର ବା
ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ପୁରୀ ସ୍ୱଚ୍ଛ ମାଛ ବଜାର ଉଦଘାଟିତ


ପୁରୀ, ୨୧ ନଭେମ୍ବର (ହି.ସ.)- ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ବହୁ ପ୍ରତିକ୍ଷୀତ ପୁରୀ ଜିଲ୍ଲା ସ୍ଵଚ୍ଛ ମାଛ ବଜାର ଉଦ୍ଘାଟିତ ହୋଇଛି। ପୁରୀ ତାଳବଣିଆ ସ୍ଥିତ ଏହି ସ୍ୱଚ୍ଛ ମାଛ ବଜାରକୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରି ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ।ପୁରୀ ସହର ବାସି ତଥା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସ୍ୱଚ୍ଛ ପରିବେଶ ଭିତରେ ମଧୁର ମାଛ, ଲୁଣି ମାଛ ସହିତ ଚିଲିକା ମାଛ ଏହି ମତ୍ସ୍ୟ ବଜାର ମଧ୍ୟରେ ଉଉଲବ୍ଧ ହେବ। ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ପୁରୀ ମ୍ୟୁନିସପାଲିଟି ଏନଫୋର୍ସମେଣ୍ଟ ଅଧିକାରୀ ସ୍ଵାଧୀନ ବିଶ୍ଵାଳ, ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ର ପୁରୀର ବରିଷ୍ଠ ବୈଜ୍ଞାନିକ ଜ୍ଞାନ ରଞ୍ଜନ ଦାସ, ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିୟା, ପୁରୀ ଜିଲ୍ଲା ମତ୍ସ୍ୟଜୀବି ୟୁନିୟନ୍ ସଭାପତି ବାବୁଲା ପ୍ରସାଦ, ପୁରୀ ଜିଲ୍ଲା ଡି ପି ଏମ ଇଉ ପରାମର୍ଶଦାତା ସିଦ୍ଧାର୍ଥ ରାୟ ଯୋଗଦେଇ ଉପସ୍ଥିତ ମତ୍ସ୍ୟଜିବୀ ମାନଙ୍କୁ ଶୁଭେଛା ବାର୍ତ୍ତା ଦେବା ସହିତ କିଭଳି ଭାବରେ ଏହି ସ୍ୱଚ୍ଛ ମାଛ ବଜାର ସୁନ୍ଦର ଭାବରେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ମତ୍ସ୍ୟ ସମବାୟ ୟୁନିୟନ୍ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସହକାରୀ ମତ୍ସ୍ୟଜୀବୀ ଅଧିକାରୀ ସଂଘମିତ୍ରା ପାଣି ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande