ଆଦର୍ଶ ପ୍ରଧାନ ଶିକ୍ଷକ ସୋମନାଥ କୁଣ୍ଡୁଙ୍କ ପରଲୋକ
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଧାମରା, ଚାନ୍ଦବାଲି ଏବଂ ତିହିଡି ଅଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ସୋମନାଥ କୁଣ୍ଡୁଙ୍କ ୮୫ ବୟସରେ ତାଙ୍କ ପୈତୃକ ଗ୍ରାମ ତିହିଡି ବ୍ଲକ ବିଦ୍ୟାଧରପୁର ଠାରେ ପରଲୋକ ହୋଇ ଯାଇଛି। ସେ ୧୯୭୬ ମସିହାରେ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା
SOMANATH KUNDU NKA PARALOKA


ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଧାମରା, ଚାନ୍ଦବାଲି ଏବଂ ତିହିଡି ଅଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ସୋମନାଥ କୁଣ୍ଡୁଙ୍କ ୮୫ ବୟସରେ ତାଙ୍କ ପୈତୃକ ଗ୍ରାମ ତିହିଡି ବ୍ଲକ ବିଦ୍ୟାଧରପୁର ଠାରେ ପରଲୋକ ହୋଇ ଯାଇଛି। ସେ ୧୯୭୬ ମସିହାରେ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତୀ ସମୟରେ ୨୦୦୬-୧୨ ମସିହା ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ବହନ କରିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ବେଶ ଆଦସ୍ତଚ୍ଛ ହୋଇ ପାରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୨ପୁତ୍ର, ପୁତ୍ରବଧୁ, ନାତିନାତୁଣୀ ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଧାମରା, ଚାନ୍ଦବାଲି ଏବଂ ତହିଡି ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ୨ ମିନଟ ନୀରବ ପ୍ରାର୍ଥନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande