ସମ୍ବଲପୁର ଅଟୋ ମାଲିକ ଚାଳକ ମହାସଂଘ ଗଠନ ନିଷ୍ପତ୍ତି
ସମ୍ବଲପୁର ଅଟୋ ମାଲିକ ଚାଳକ ମହାସଂଘ ଗଠନ ନିଷ୍ପତ୍ତି
ସମ୍ବଲପୁର ଅଟୋ ମାଲିକ ଚାଳକ ମହାସଂଘ ଗଠନ ନିଷ୍ପତ୍ତି


ସମ୍ବଲପୁର, ୨୧ ନଭେମ୍ବର (ହି.ସ.) ସମ୍ବଲପୁର, ହୀରାକୁଦ, ବୁର୍ଲା, ଚିପିଲିମା, ରେଙ୍ଗାଲି, ସିନ୍ଦୁରପଙ୍କ ତଥା ମହାନଗର ନିଗମ ଅଞ୍ଚାଳ ରେ ୫ହଜାର ରୁ ଅଧିକ ଅଟୋ ଚାଳକ ଓ ମାଲିକ ମାନଙ୍କୁ ନେଇ ୩୧ ଟି ପଞ୍ଜୀକୃତ ଅଟୋ ଚାଳକ ସଂଘ ର ବୈଠକ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ସହ ମହାସଂଘ ଗଠନ ନିଷ୍ପତ୍ତି ନିଆଯାଇଛି। ଆଜି ଅନୁଷ୍ଠିତ ଏହି ସଭାରେ ଅଟୋ ଚାଳକ ଓ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଯୋଗାଯୋଗ ପାଇଁ ନିଷ୍ପତି ନିଆଯାଇଛି। ଆଜିର ସଭାରେ ସମସ୍ତ ସଂଘର କର୍ମକର୍ତ୍ତା ଙ୍କ ସହ ସମ୍ବଲପୁର ଓକିଲ ସଂଘ ସଭାପତି ତଥା ଉପଦେଷ୍ଟା ପ୍ରଦୀପ ବହିଦାର, ହିନ୍ଦ୍ ମଜଦୂର ସଭା ପକ୍ଷରୁ ଦୂର୍ଯ୍ୟ ମହାନ୍ତି, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମିଶ୍ର, ପୁର୍ବତନ କାଉନସିଲର ସୌରୀ ନାରାୟଣ ପାଣିଗ୍ରାହୀ, ପ୍ରୋଗ୍ରେସିଭ ସମ୍ବଲପୁର ର ସୁମିତ କୁମାର ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ଚୁମନ ପ୍ରଧାନ ସହ ଅନ୍ୟ ମାନଙ୍କ ମଧ୍ୟରେ ବୀରେନ୍ଦ୍ର ସାହୁ, ବୁଲୁ ବାରିକ, ରଞ୍ଜନ ଦାସ, ମହେଶ ହରିପାଲ, ପିତ ମିଶ୍ର, ସେଖ ଅବଦୁଲ୍ଲା, ଏମ ଡି ସଲିମ, ମହେନ୍ଦ୍ର ଦେହୁରୀ, ଜ୍ଞାନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande