
ସମ୍ବଲପୁର, ୨୧ ନଭେମ୍ବର(ହି.ସ.) – ଆସନ୍ତା ୨୩ ନଭେମ୍ବର ୨୦୨୫ ସମ୍ବଲପୁର ମହୋତ୍ସବ ତରଫରୁ ଏକ ଦିନିଆ ରାମଲୀଳା ବୀର୍ସା ମଇଦାନ ପିଏଚ୍ଡି ପଡ଼ିଆ ଠାରେ ସନ୍ଧ୍ୟା ୬ଘଣ୍ଟା ୩୦ମି.ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ “ସୀତା ହରନ୍ ରାବନ୍ ମରନ୍” ସମ୍ବଲପୁରୀ ଭାଷାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମଟିକୁ “ଦ୍ୱାରିକାନାଥ ସାଂସ୍କୃତିକ ପରିଷଦ” ଅର୍ନ୍ତଡା, ବିନିକା ତଥା “ଏକତା ଅନ୍ୱେଷା” ଜନମଙ୍ଗଳ ଅନୁଷ୍ଠାନ, ଗୁଲୁଣ୍ଡା, ମାନେଶ୍ୱର, ମିଳିତ ଭାବରେ ପରିବେଷଣ କରିବେ। ରାବଣ ଭୂମିକାରେ ପଶ୍ଚିମଓଡ଼ିଶାର ବିଶିଷ୍ଟ ଲୀଳା ନାଟକ ଅଭିନେତା ଗୋପାଳଚନ୍ଦ୍ର ପଣ୍ଡା ଅଭିନୟ କରୁଥିବା ବେଳେ ଅଧ୍ୟାପକ ତୁଷାରରଞ୍ଜନ ବାରିକ୍ ଶ୍ରୀରାମ ଭୂମିକାରେ ଓ ମାତା ସୀତା ଭୂମିକାରେ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ଅଭିନୟ କରିବେ। ଏହି କାର୍ଯ୍ୟକ୍ରମଟି ସମ୍ବଲପୁର ମହୋତ୍ସବ ପକ୍ଷରୁ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ