ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ
ଜୟପୁର, ୨୧ ନଭେମ୍ବର (ହି.ସ.)- ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରକାଶ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦ
ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବଲ ବୈଜ୍ଞାନିକ ପ୍ରଦୃଶନୀ


ଜୟପୁର, ୨୧ ନଭେମ୍ବର (ହି.ସ.)- ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରକାଶ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ହରିହର ପଣ୍ଡା, ଏବିଇଓ କେ ଗୋପାଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଛନ୍ତି। ଏହାପରେ ଅତିଥି ବୃନ୍ଦ ବାଲ୍ ବୈଜ୍ଞାନିକ ମାନଙ୍କର ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ପ୍ରଦର୍ଶନୀରେ ୨୦୦ ଜଣ କୁନି କୁନି ବୈଜ୍ଞାନିକ ନିଜର ପ୍ରକଳ୍ପ ଆଣି ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ।

ଏଥିରୁ ୭ଟି ବିଷୟରୁ ୭ଜଣ କୁନି କୁନି ବୈଜ୍ଞାନିକ ଜିଲ୍ଲାସ୍ତରକୁ ଚୟନ ହୋଇଥିଲେ । ଏହାକୁ ଚୟନ କରିଥିବା ବିଚାରକ ମଣ୍ଡଳୀ ହେଲେ ଜି ଭି କେ ରେଡୀ, ସନ୍ତୋଷ ଶତପଥୀ, ଜ୍ୟୋତ୍ସ୍ନା ମିଶ୍ର।

ପ୍ରଦର୍ଶନୀ ପରେ ସ୍ଵାଦିଷ୍ଟ ଭୋଜନ । ଭୋଜନ ପରେ ଆରମ୍ଭ ହୋଇଥିଲା ଦ୍ଵିତୀୟ ଅଧିବେଶନ ।

ଦ୍ଵିତୀୟ ଅଧିବେଶନର ଏହି କାର୍ଯ୍ୟକ୍ରମରେ ସଭାପତି ଥିଲେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ମୁଖ୍ୟ ଅତିଥି ଥିଲେ ଜୟପୁରର ତହସିଲଦାର ସବ୍ୟସାଚୀ ଜେନା, ସମ୍ମାନିତ ଅତିଥି ଥିଲେ ଅଗ୍ନିସମ ବିଭାଗ ଅଧିକାରୀ ସୁରେଶ କୁମାର ବାରିକ, ଆବାହକ ପ୍ରକାଶ ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପର୍ଯ୍ୟଟ୍ଟନ ବିଭାଗର ଶିକ୍ଷୟିତ୍ରୀ ସୁବର୍ଣ୍ଣ ଖିଲ । ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରକୁ ଚୟନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ଫାମ୍ପୁଣି ର ଛାତ୍ରୀ ପ୍ରାଚୀ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଧନପୁର ର ଛାତ୍ର ସଂଜିତ୍ ଭୂମିଆ, ସରକାରୀ ଉଚ୍ଚ ବିଦ୍ୟାଳୟ ଏକମ୍ବାର ଛାତ୍ର ଶ୍ରୀଧର ସ୍ୱାଇଁ, ଜୟପୁର ସିଟି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସି ଏଚ ସୁପ୍ରିୟା, ସରକାରୀ ଉଚ୍ଚ ବିଦ୍ୟାଳୟ ପୂଜାରିପୁଟର ଛାତ୍ରୀ କବିତା ଦାସ, ସରକାରୀ ଉଚ୍ଚ ବିଦ୍ୟାଳୟ କଳିଆଗାଁ ର ଛାତ୍ରୀ ରଶ୍ମିତା ମୁଦୁଲି, ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଛାତ୍ର ଆଦିତ୍ୟ ପ୍ରସାଦ ପାଣିଗ୍ରାହୀ । ତତ୍ ସହିତ ଅନ୍ୟ କୃତି ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିବା ଶିକ୍ଷକମାନେ ହେଲେ ଦେବେନ୍ଦ୍ର କୁମାର ପାଢ଼ି, ଦୀପକ ସାହୁ, ହିତକର ଚରତି, ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରଭାକର ମହାରଣା, ତନଭିର ମହମ୍ମଦ, ଶିକ୍ଷୟିତ୍ରୀ ରଶ୍ମି ପ୍ରଭା ଭଞ୍ଜ, ପ୍ରଭାତି ପାଣିଗ୍ରାହି, ରଶ୍ମିତା ନାହାକ, ଶୁଭସ୍ମିତା ସାହୁ , ସାଗରିକା ପାତ୍ର, ବନିତା ସତପଥୀ, ଅରୁନ୍ଧତୀ ତ୍ରିପାଠୀ , ଆଦ୍ୟାଶକ୍ତି ପଣ୍ଡା, ନମିତା ବରାଳ, ପି.ରାଜେଶ୍ୱରି, ଶଙ୍କରି ବିଶ୍ୱାସ, ପପିତା ପ୍ରଧାନ, ସରିତା ପଣ୍ଡା, ସନ୍ତୋଷି ପଣ୍ଡା ପ୍ରମୁଖ । ଅନ୍ତିମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande