କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ୱିବାର୍ଷିକ ଅଧିବେଶନ
ବଲାଙ୍ଗିର, 21 ନଭେମ୍ବର (ହି.ସ.) ସଭାପତି ବିଜୟ କୁମାର ପୁରୋହିତ ଙ୍କ ସଭାପତିତ୍ୱରେ ସର୍ବ ଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ୱିବାର୍ଷିକ ଅଧିବେଶନ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ସାଇନାଥ ଯୋଗଦେଇ ଅଷ୍ଟମ ବେତନ
କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ୱିବାର୍ଷିକ ଅଧିବେଶନ


ବଲାଙ୍ଗିର, 21 ନଭେମ୍ବର (ହି.ସ.) ସଭାପତି ବିଜୟ କୁମାର ପୁରୋହିତ ଙ୍କ ସଭାପତିତ୍ୱରେ ସର୍ବ ଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ୱିବାର୍ଷିକ ଅଧିବେଶନ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ସାଇନାଥ ଯୋଗଦେଇ ଅଷ୍ଟମ ବେତନ ବିଷ୍ୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ନିମାଇ ଚରଣ ସାହୁ ଓ ପୁରୁଷୋତ୍ତମ ଦାସ ଅବସର ପରେ କର୍ମଚାରୀ ଙ୍କ ଚାଳିଚଳନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଅଭିମନ୍ୟୁ ନାୟକ ଅଷ୍ଟମ ବେତନ କମିଶନ ସୁପାରିଶ ନିଷ୍ପତ୍ତି ର ଅସଙ୍ଗତ ଥିବା ତଥ୍ୟ ଉପରେ ଆଲୋଚନା କରିଥିଲେ । ସଂପାଦକ ବୃଷଭ ସା ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ରାହାସ ବିହାରି ଭୋଇ ଆୟ ବ୍ୟୟ ର ଅଟକଳ ପାଠ କରିଥିଲେ । ପଞ୍ଚସ୍ତରୀ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଅବସର କର୍ମଚାରୀମାନଙ୍କୁ ଉପଢୈାକନ ଓ ଫୁଲ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ମଧୁ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ । ଅଶୋକ କୁମାର ବାରିକ ସଭା ପରିଚାଳନା କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande