ନୂଆ ବଜାର ବଣିକ ସଂଘର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ : ଦୁଷ୍ମନ୍ତ ପୃଷ୍ଟି ସଭାପତି, ବିପିନ ଦାସ ସମ୍ପାଦକ
ଭୁବନ, ୨୧ ନଭେମ୍ବର (ହି.ସ.)- ଭୁବନର ସର୍ବ ପୁରାତନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ କଣପାଳ ହାଟ ପଡ଼ିଆ ଠାରେ (୬୦ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ବେହେରାଙ୍କ ଅଧ୍ୟକ୍ଷତ
ନୂଆ ବଜାର ବଣିକ ସଂଘର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ : ଦୁଷ୍ମନ୍ତ ପୃଷ୍ଟି ସଭାପତି, ବିପିନ ଦାସ ସମ୍ପାଦକ


ଭୁବନ, ୨୧ ନଭେମ୍ବର (ହି.ସ.)- ଭୁବନର ସର୍ବ ପୁରାତନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ କଣପାଳ ହାଟ ପଡ଼ିଆ ଠାରେ (୬୦ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଅରୁଣ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ବସନ୍ତ କୁମାର ପୋଥାଳ ଗତ ବର୍ଷ (୨୦୨୪-୨୫) ଲକ୍ଷ୍ମୀପୂଜା, ମାଣ ବସା ଗୁରୁବାର ଆୟ, ବ୍ୟୟ ଉପସ୍ଥାପନ କରିଥିଲେ । ପରେ ପୁରୁଣା କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା । ଶତାଧିକ ବ୍ୟବସାୟୀ ଭାଇ ମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ସକାଶେ ଦୁଷ୍ମନ୍ତ କୁମାର ପୃଷ୍ଟି ( ସଭାପତି), ବିପିନ ବିହାରୀ ଦାସ (ସମ୍ପାଦକ), ହୃଷିକେଶ ଦାସ, ସନ୍ତୋଷ କୁମାର ପୃଷ୍ଟି ( ଉପ ସଭାପତି), ମନମୋହନ ସାହୁ (ସହ ସମ୍ପାଦକ), ସୁବାସ ମହାରଣା (ଯୁଗ୍ମ ସମ୍ପାଦକ) ଓ ବସନ୍ତ କୁମାର ପୋଥାଳଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୃଷ୍ଟି ନୂତନ କମିଟିକୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବ୍ୟବସାୟୀ ଯୋଗଦେଇଥିଲେ । ଦୁଷ୍ମନ୍ତ କୁମାର ପୃଷ୍ଟି ଦ୍ୱାଦଶ ଥର ପାଇଁ ସଭାପତି ହୋଇଥିବାରୁ ଶ୍ରୀ ପୃଷ୍ଟିଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande