ରାଜ୍ୟସ୍ତରୀୟ ଜୁନିୟର ଖୋ-ଖୋ ଚମ୍ପିୟାନସିପ୍
ବଲାଙ୍ଗିର, 21 ନଭେମ୍ବର (ହି.ସ.) ଆସନ୍ତା ତା.୨୭.୧୧.୨୦୨୫ ରୁ ତା.୨୮.୧୧.୨୦୨୫ ଦୁଇ ଦିନ ଧରି ଜଗନ୍ନାଥ ସ୍ପୋଷ୍ଟର୍ସ କମ୍ପେ୍ଲକ୍ସ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆସନ୍ତା ତା.୨୩.୧୧.୨୦୨୫ ରବିବାର ଦିନ ପୁରୁଷ ଓ ମହିଳା ବର୍ଗ, କନିଷ୍ଠ ବାଳକ
ରାଜ୍ୟସ୍ତରୀୟ ଜୁନିୟର ଖୋ-ଖୋ ଚମ୍ପିୟାନସିପ୍


ବଲାଙ୍ଗିର, 21 ନଭେମ୍ବର (ହି.ସ.) ଆସନ୍ତା ତା.୨୭.୧୧.୨୦୨୫ ରୁ ତା.୨୮.୧୧.୨୦୨୫ ଦୁଇ ଦିନ ଧରି ଜଗନ୍ନାଥ ସ୍ପୋଷ୍ଟର୍ସ କମ୍ପେ୍ଲକ୍ସ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆସନ୍ତା ତା.୨୩.୧୧.୨୦୨୫ ରବିବାର ଦିନ ପୁରୁଷ ଓ ମହିଳା ବର୍ଗ, କନିଷ୍ଠ ବାଳକ ଓ ବାଳିକା ବର୍ଗ ତଥା ଉପ କନିଷ୍ଠ ବାଳକ, ବାଳିକାମାନଙ୍କର ଖେଳାଳୀ ଚୟନ କରାଯିବ । ଜିଲ୍ଲାର ଖେଳାଳୀମାନଙ୍କୁ ଜଣାଇ ଦିଆଯାଉଅଛି କି ସେମାନେ ନିଜର ଆଧାର କାର୍ଡ ସହ ଦିବା ଘ.୯ ଟା ସମୟରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ବିଶେଷ ଯୋଗାଯୋଗ ପାଇଁ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଖୋଖୋ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଜିଲ୍ଲା ଖୋଖୋ ପ୍ରଶିକ୍ଷକ ପଦ୍ମଚରଣ ଦାସ ଙ୍କ ସହ ଯୋଗାଯୋଗ କରିପାରିବେ । ଅଧିକ ସୂଚନା ପାଇଁ ମୋ.୯୪୩୭୧୫୦୭୪୪ ରେ ଯୋଗାଯୋଗ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande