ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ବ
କେନ୍ଦୁଝର, ୨୧ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଶିକ୍ଷା ମଣ୍ଡଳ ଅନୁର୍ଗତ ଯମୁନା ପଶି ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ମୋଟ ୧୨୫ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏହି ବିଜ୍ଞା
ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ବ


କେନ୍ଦୁଝର, ୨୧ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଶିକ୍ଷା ମଣ୍ଡଳ ଅନୁର୍ଗତ ଯମୁନା ପଶି ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ମୋଟ ୧୨୫ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏହି ବିଜ୍ଞାନ ମେଳା ରେ ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ କ୍ରିୟା ଶ୍ରେୟ ସାହୁ ବର୍ଜ୍ୟବସ୍ତୁ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପରେ ଭାଗ ନେଇଥିଲେ। ଏଥିରେ ବିଚାରକ ମଣ୍ଡଳୀଙ୍କ ଚୟନରେ ଶ୍ରିୟା ଶ୍ରେୟସୀଙ୍କ ବର୍ଜ୍ୟବସ୍ତୁ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ପ୍ରଥ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।

ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ବ ନେଇ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଛାତ୍ରୀଙ୍କ କୃତିତ୍ଵକୁ ନେଇ ପ୍ରଧାନ ଶିକ୍ଷକ କୃଷ୍ଣ ମହାନ୍ତ, ଗାଇଡ୍ ଶିକ୍ଷକ ପାର୍ଥ ହରେକୃଷ୍ଣ ସାରଥୂ ବେଜ୍ ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande