
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ନିଳୋକ ପଚାଂୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ ବିଭାଗରେ ମୋଟ ୨୬୫ ୍ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରେ ଶାରୀରିକ ଭିନ୍ନକ୍ଷମରେ ୯୭, ଦୃଷ୍ଟି ବାଧିତ ୩୩, ଶ୍ରବଣ ବାଧିତ ମୂକ ବଧିରରେ ୪୩, ମସ୍ତିଷ୍କ ପକ୍ଷାଘାତ ବିଭାଗରେ ୬୨ ଏବଂ ଶୂନରୁ ୧୪ ବର୍ଷ ବୟସ ସମସ୍ତ ପ୍ରକାର ଭିନ୍ନକ୍ଷମ ବିଭାଗରେ ୩୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସମସ୍ତ ଭିନ୍ନକ୍ଷମ ମାନଙ୍କୁ ପରବର୍ତୀ ଅବସ୍ଥାରେ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଚକ୍ଷୁ ବିଭାଗ ଡାକ୍ତର ରମାକାନ୍ତ ସାହୁ, କର୍ଣ୍ଣ ବିଭାଗର ବୈଦନାଥ ଓଝା, ଶିଶୁ ବିଭାଗର ଅଶୋକ ମିଶ୍ର, ଡାକ୍ତର ଅସ୍ତିସଲ୍ୟର ବି.ରାୟ, ମେଡିସିନ୍ ର କେ.ଟି ସାହୁ ପ୍ରମୁଖ ପରୀକ୍ଷା ନିରିକ୍ଷା କରିଥିଲେ । ଏହି ଅବସରରେ ବିଡିଓ ସୀତାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ ବ୍ଲକ ସ୍ତରରେ ଆୟୋଜନ ଶିବିରରେ ଅଧିକରୁ ଅଧିକ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ନିଜକୁ ସାମିଲ୍ କରି ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ସାଂସଦ ପ୍ରତିନିଧି ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ କହିଲେ, ଭିନ୍ନକ୍ଷମ ମାନେ ସମାଜରେ ନିଜକୁ ଅଲୋଡା, ଅଖୋଜା ନ ଭାବି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ମୁଖ୍ୟ ସ୍ତ୍ରୋତକୁ ଆସି ପାରିଲେ ମେଳା ଆୟୋଜନର ସାର୍ଥକତା ହେବ । ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁ୍ଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଗଣେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ନିଳୋକ ସରପଚଂ ରଜନୀ ସେଠୀ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନେ ସମାଜରେ ଅବହେଳିତ ଓ ନିଷ୍ପେସିତ ନୁହଁନ୍ତି,ସେମାନେ ସମାଜରେ କିପରି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେନେଇ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଶିକ୍ଷକ ସୁଧିର କୁମାର ବାରିକ ମଂଚ ସଂଯୋଜନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଲକିପ୍ରଭା ଜେନା, ପଦ୍ମିନୀ ସିଂହ, ଗ୍ରାମ ପଚାଂୟତ ଉନ୍ନୟନ ଅଧିକାରୀ ସୁଚୀସ୍ମିତା ବାରିକ, ପଚାଂୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଦାସ,ବୀର କିଶୋର ନାୟକ, କାର୍ତିକ ଚନ୍ଦ୍ର ସ୍ୱାଇଁ, ବିକାଶ ଚନ୍ଦ୍ର ରାଉତ, ଜୟ ପ୍ରକାଶ ମହାପାତ୍ର, କ୍ଷୀରୋଦ ଖଟୁଆ,ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଫୁଲ୍ଲ ପଣ୍ଡା, ସୁପ୍ରିୟା ଭୂୟାଁ, ସଙ୍ଗୀତାରାଣୀ ପାଣିଗ୍ରାହୀ, ସୁଚିସ୍ମିତା ନାୟକ, ଅତିରିକ୍ତ କମ୍ପ୍ୟୁଟର ପ୍ରୋଗାମର , ଗ୍ରାମ ରୋଜଗାର ସେବକ ଏବଂ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ