
କେନ୍ଦ୍ରାପଡା, ୨୧ ନଭେମ୍ବର (ହି.ସ) : ପବିତ୍ର ତୁଳସୀକ୍ଷେ ବଳଦେବଜୀଉ ଙ୍କ ପବିତ୍ର ଭୂମିରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ତୁଳସୀକ୍ଷେତ୍ର କଳାକାର ସଙ୍ଘ ମହୋତ୍ସବ- ୨୦୨୫ ଶ୍ୟାମସୁନ୍ଦରପୁର ସ୍ଥିତ ଚଣ୍ଡିଆ ପ୍ୟାଲେସ ଠାରେ ୨୧,୨୨,ଏବଂ ୨୩ ତିନିଦିନ ଧରି ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ଓ ସ୍ଥାଇ ସଭାପତି କେଦାରନାଥ ସାମନ୍ତରାୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟର ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ଓ କାର୍ୟ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାସ ଉପସ୍ଥିତ ଥିଲେ ଓ ସଂମ୍ମାନିୟ ଅତିଥି ଭାବେ ବିଜେପି ନେତା ଶ୍ରୀଯୁକ୍ତ ଉମାକାନ୍ତ ନାୟକ ମଞ୍ଚରେ ମଞ୍ଚକୁ ଅଳଙ୍କୃତ କରିଥିଲେ ଓ ଜିଲ୍ଲାର କୋଣ ଅନୁକୋଣ ରୁ କଳାକାର ମାନେ ଆଜି ଏହି କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ଓ କେନ୍ଦ୍ରାପଡ଼ା ଏକ କଳାର ମାଟି ଏଠି ଅନେକ କଳାକାର ଜିଲ୍ଲାରୁ ବାହାରି ରାଜ୍ୟ ଏବଂ ଦେଶ ବିଦେଶରେ ନାଁ କରିଛନ୍ତି ଓ ଭଂଜନ ସମ୍ରାଟ ସ୍ବର୍ଗତ ଭିକାରି ବଳ ଙ୍କ ଠାରୁ ଆରମ୍ଭ କରି ସଂଗୀତ ଜଗତର ବାଦଶାହ ସ୍ବର୍ଗତ ଅକ୍ଷୟ ମହାନ୍ତି, ବିଜୟ ମହାନ୍ତି ଙ୍କ ଭଳି କିମ୍ବଦନ୍ତୀ ଏହି ଜିଲ୍ଲାରୁ ବାହାରି ଓଡିଶା କୁ ଦେଶ ବିଦେଶରେ ଗୌରବାନୀତ କରିଛନ୍ତି ଓ ସେହି ତୁଳସୀକ୍ଷେତ୍ର ମାଟିରେ ଆଜି ଏହି ଭଳି କାର୍ୟ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ଓ କାର୍ୟ୍ୟକ୍ରମ ମାଧ୍ୟମରେ ଗାଁ ଗହଳିରେ ଥିଲା ଲୁକାଇତ କଳାକାର ମାନଙ୍କୁ ନିଜ କଳାର ପ୍ରକୃତ ସନ୍ନମାନ ମିଳିପାରୁଛି ଓ ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ୟ୍ୟକ୍ରମ ରେ ପ୍ରତ୍ୟକ ଦିନ ରାଜ୍ୟର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ଆଗମନ ହେବାର ସୂଚନା ମଧ୍ୟ ରହିଛି ଓ କାର୍ୟ୍ୟକ୍ରମ ରେ କାର୍ୟ୍ୟକାରୀ ସଭାପତି ଶ୍ରୀ ଗଗନ ବିହାରୀ ସିଂହ,ସମ୍ପାଦକ ଵିଧି ଭୂଷଣ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ବାବାଜୀ ପଟ୍ଟନାୟକ,କୋଷାଧକ୍ଷ ସତ୍ୟ ନାରାୟଣ ପରିଡା,ସଂକୃତି ଉପଦେଷ୍ଟା ମହେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଓଡିଶା ର ପୌରାଣିକ ଲୋକ ନୃତ୍ୟ ତଥା କେନ୍ଦରା ବାଦକ, ଘୋଡା ନାଚ, ଦାସକାଠିଆ, ଗୋଟିପୁଅ, କଣ୍ଢେଇ ନାଚ ଆଦି କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ଓ
ହିନ୍ଦୁସ୍ଥାନ ସମାଚାର / ରବି