
ଲକ୍ଷ୍ନୌ, 21 ନଭେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ
ପରିଷଦ (ଏବିଭିପି)ର 71ତମ ଜାତୀୟ ଅଧିବେଶନରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ପ୍ରାଧ୍ୟାପକ ଯଶବନ୍ତରାଓ କେଲକର ଯୁବ ପୁରସ୍କାର’
ପାଇଁ ଏଥର ଗୋରଖପୁରର ଶ୍ରୀକୃଷ୍ଣ ପାଣ୍ଡେୟ ‘ଆଜାଦ’ଙ୍କୁ ଚୟନ କରାଯାଇଛି। ଏହି ପୁରସ୍କାର 30 ନଭେମ୍ବରରେ ଡେରାଡୁନରେ ହେବାକୁ ଯାଉଥିବା
ଅଧିବେଶନର ଶେଷ ଦିନ ପ୍ରଦାନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମୁଖ୍ୟ ଅତିଥି
ଭାବେ ଉପସ୍ଥିତ ରହିବେ।
ଦେବଭୂମି ଉତ୍ତରାଖଣ୍ଡର ଡେରାଡୁନ
ସ୍ଥିତ ପରେଡ୍ ଗ୍ରାଉଣ୍ଡରେ ଅଧିବେଶନ ନିମନ୍ତେ ଅସ୍ଥାୟୀ ଭାବରେ ତିଆରି ହେଉଥିବା ‘ଭଗବାନ ବିରସା ମୁଣ୍ଡା ନଗର’ରେ 28 ରୁ 30 ନଭେମ୍ବର ପର୍ଯ୍ୟନ୍ତ ଏବିଭିପିର ଜାତୀୟ ଅଧିବେଶନ ଆୟୋଜିତ ହେବ। 1991 ମସିହାରୁ
ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଏହି ପ୍ରାଧ୍ୟାପକ ଯଶବନ୍ତରାଓ କେଲକରଙ୍କ ସ୍ମୃତିରେ
ଦିଆଯାଏ, ଯିଏ ଅଖିଳ ଭାରତୀୟ ବଦ୍ୟାର୍ଥୀ
ପରିଷଦର ଶିଳ୍ପକାର ଭାବେ ଜଣାଶୁଣା। ଏବିଭିପିର କାର୍ଯ୍ୟବିସ୍ତାର ଓ ସଂଗଠନକୁ ବିସ୍ତୃତ ରୂପ
ଦେବାରେ ତାଙ୍କ ମହତ୍ଵପୂର୍ଣ୍ଣ ଭୂମିକା
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା