ଦେଶର ବୈଜ୍ଞାନିକମାନେ ବିକଶିତ କରିଛନ୍ତି ନୂଆ ଟେକ୍ନୋଲୋଜି, ଜିଙ୍କ-ଆୟନ ବ୍ୟାଟେରି ହେବ ଏବେ ଆହୁରି ଶକ୍ତିଶାଳୀ
ବେଙ୍ଗାଲୁରୁ, 21 ନଭେମ୍ବର (ହି.ସ.)- ଦେଶର ବୈଜ୍ଞାନିକମାନେ ଏକ ନୂତନ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଦ୍ୱାରା ଜିଙ୍କ–ଆୟନ୍ ବ୍ୟାଟେରୀଗୁଡିକ ଏବେ ଅଧିକ ଶକ୍ତି ସଞ୍ଚୟ କରିପାରିବ, ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ ଏବଂ ପରିବେଶକୁ କମ୍ କ୍ଷତି କରିବ। ଏହି ପ୍ରଯୁକ୍ତି
ଦେଶର ବୈଜ୍ଞାନିକମାନେ     ବିକଶିତ କରିଛନ୍ତି ନୂଆ ଟେକ୍ନୋଲୋଜି, ଜିଙ୍କ-ଆୟନ ବ୍ୟାଟେରି ହେବ ଏବେ ଆହୁରି ଶକ୍ତିଶାଳୀ


ବେଙ୍ଗାଲୁରୁ, 21 ନଭେମ୍ବର (ହି.ସ.)- ଦେଶର

ବୈଜ୍ଞାନିକମାନେ ଏକ ନୂତନ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଦ୍ୱାରା ଜିଙ୍କ–ଆୟନ୍ ବ୍ୟାଟେରୀଗୁଡିକ ଏବେ ଅଧିକ ଶକ୍ତି ସଞ୍ଚୟ କରିପାରିବ,

ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ ଏବଂ ପରିବେଶକୁ କମ୍

କ୍ଷତି କରିବ। ଏହି ପ୍ରଯୁକ୍ତି ଭବିଷ୍ୟତରେ ଲିଥିୟମ୍ ବ୍ୟାଟେରୀର ଏକ ଭଲ ଏବଂ ସୁରକ୍ଷିତ ପର୍ଯ୍ୟାୟ

ହୋଇପାରେ।

କେନ୍ଦ୍ରୀୟ ବିଜ୍ଞାନ ଓ

ପ୍ରୌଦ୍ୟୋଗିକୀ ମନ୍ତ୍ରାଳୟ ଅନୁସାରେ, ଏହି ସଫଳତା ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଫର୍ ନାନୋ ଏଣ୍ଡ ସଫ୍ଟ ମ୍ୟାଟର ସାଇନ୍ସର

ବୈଜ୍ଞାନିକମାନେ ବିଜ୍ଞାନ ଏବଂ ପ୍ରୌଦ୍ୟୋଗିକୀ ବିଭାଗ ଅଧୀନରେ ହାସଲ କରିଛନ୍ତି। ଗବେଷକ ଦଳର

ଡ଼ଃ ଅଶୁତୋଷ କୁମାର ସିଂହ ନେତୃତ୍ୱ କରିଥିଲେ।

ବୈଜ୍ଞାନିକମାନେ କହିଛନ୍ତି

ଯେ, ସେମାନେ ପାରମ୍ପରିକ ‘ଭାନାଡିୟମ୍ ଅକ୍ସାଇଡ୍’ ନାମକ ପଦାର୍ଥକୁ ଏକ ବିଶେଷ ଉଷ୍ମା–ବିଦ୍ୟୁତ–ରାସାୟନିକ

ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ କରିଛନ୍ତି ଯେ, ଏହାର ସଂରଚନା ଅଧିକ ଶକ୍ତି ସଞ୍ଚୟ ଯୋଗ୍ୟ ହୋଇଥିଲା। ଏହି ପ୍ରକ୍ରିୟା ପରେ ତିଆରି ହୋଇଥିବା

ନୂତନ ପଦାର୍ଥ ଜିଙ୍କ–ଭାନାଡିୟମ୍

ଅକ୍ସାଇଡ୍ ବ୍ୟାଟେରୀରେ ଜିଙ୍କ ଆୟନର ଗତିକୁ ସହଜ କରେ, ଯାହା ଫଳରେ ବ୍ୟାଟେରୀ ଶୀଘ୍ର ଚାର୍ଜ ହୁଏ, ଅଧିକ ଶକ୍ତି ସଞ୍ଚୟ କରେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ହୋଇନଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande