
ଭୁବନେଶ୍ୱର, 21 ନଭେମ୍ବର (ହି.ସ)-ଓଡ଼ିଶା ଗସ୍ତରେ
ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ବିମାନବନ୍ଦରରେ ଧର୍ମେନ୍ଦ୍ର
ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ବିହାର ବିଜୟର ଅନ୍ୟତମ ବିନ୍ଧାଣି ଧର୍ମେନ୍ଦ୍ରଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ଭବ୍ୟ
ସମ୍ବର୍ଦ୍ଧନା ଦିଆଯାଇଛି। ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ଧର୍ମେନ୍ଦ୍ରଙ୍କୁ ସ୍ଵାଗତ କରିଛନ୍ତି କର୍ମକର୍ତ୍ତା ।
ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ହାଜର ହଜାର କର୍ମୀଙ୍କ ଭିଡ଼ ଜମିଛି
। ପାରମ୍ପରିକ ଘୋଡ଼ା ନାଚ, ପାଇକ ଆଖଡ଼ା ନାଚ ଓ
ସଙ୍ଗୀତ କମ୍ପିଉଠିଥିଲା ବିମାନବନ୍ଦର । ବିହାର ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ
ଦାୟିତ୍ଵ ଦେଇଥିଲା ଦଳ । ଧର୍ମେନ୍ଦ୍ରଙ୍କ ସଠିକ୍ ଗୋଟି ଚାଳନା ଯୋଗୁଁ ବିହାରରେ ଏନଡିଏକୁ
ମିଳିଲା ଲ୍ୟାଣ୍ଡ ସ୍ଲାଇଡ୍ ଭିକ୍ଟ୍ରି । ଯାହାକୁ ନେଇ ଚାରି ଆଡୁ ଧର୍ମେନ୍ଦ୍ରଙ୍କୁ ମିଳୁଛି
ବିପୁଳ ଶୁଭେଚ୍ଛା । କେନ୍ଦ୍ରମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର
କାର୍ଯ୍ୟକ୍ରମ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା