
ଇସଲମାବାଦ, 21 ନଭେମ୍ବର (ହି.ସ.)- ପାକିସ୍ତାନର ଖୈବର
ପଖ୍ତୂନଖ୍ୱାର ଲୋଅର୍ ଦିର୍ରେ
ଆଜି ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା 4.7 ରେକର୍ଡ ହୋଇଛି।
‘ଦୁନିଆ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ଝଟକା ଲାଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଆସିଥିଲେ।
ଭୂମିକମ୍ପର କାରଣରୁ ଲୋଅର୍ ଦିର୍ର କୌଣସି ଅଞ୍ଚଳରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର
ସୂଚନା ମିଳିନାହିଁ।
ଇସ୍ଲାମାବାଦ ନ୍ୟାସନାଲ୍
ସିସ୍ମିକ୍ ମନିଟରିଂ ସେଣ୍ଟର୍ ଅନୁସାରେ, ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶ୍ ପର୍ବତ ଶ୍ରେଣୀରେ 93 କିଲୋମିଟର
ଗଭୀରତାରେ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା