
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)-ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପରିବାର କଲ୍ୟାଣ ନିର୍ଦେଶାଳୟ ତରଫରୁ ଗୀତଗୋବିନ୍ଦ ସଦନରେ ପାଳନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମନ୍ତ୍ରୀ ଡକ୍ତର ମହାଲିଙ୍ଗ କହିଲେ ଯେ , ପୁରୁଷ ବନ୍ଧ୍ୟାକରଣରେ କୌଣସି ପୁରୁଷର ପୁରୁଷତ୍ୱ ନଷ୍ଟ ହୁଏ ନାହିଁ। ଲୋକଙ୍କୁ ସଚେତନ କରି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଆଶା ଦିଦି ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । କୋରାପୁଟ, ରାୟଗଡା, ମାଲକାନଗିରି, ସୁନ୍ଦରଗଡ ଓ କନ୍ଧମାଳ ଭଳି ଜନଜାତି ବହୁଳ ଜିଲ୍ଲା ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଆଗାମୀ ଦିନରେ ସାରା ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଉପଦେଶ ଦେଇଛନ୍ତି ।
ଏହି ଅବସରରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର , ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା , ଡାକ୍ତର ମୁରଲୀଧର ପାଢ଼ୀ ମଞ୍ଚାସିନ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା