
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ 'ଉତ୍କଳ କେଶରୀ' ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି
ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ
ଆଦର୍ଶ ସମସ୍ତ ଯୁବପିଢିଙ୍କୁ ପ୍ରେରିତ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ମହାନ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ବକର୍ମା, ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବିଧାନସଭା
ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଉତ୍କଳ କେଶରୀ ଡ. ମହତାବଙ୍କ ଜୀବନ, ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଭାରତର
ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡ଼ିଶାରେ ରାଜନୈତିକ ଓ ସାମାଜିକ ଉତ୍ଥାନ ପର୍ଯ୍ୟନ୍ତ
ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଜଣେ ସଫଳ ବ୍ୟକ୍ତିତ୍ୱ ଓ ବିଚାରଧାରାର
ପୃଷ୍ଠପୋଷକ ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା
ନେଇଥିଲେ ଡକ୍ଟର ମହତାବ। ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କରୁଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା