
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)-'ଉତ୍କଳ କେଶରୀ' ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ
ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସ୍ୱାଧୀନତା
ସଂଗ୍ରାମୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ
ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟକୁ ପ୍ରଗତିଶୀଳ କରି ଲୋକଙ୍କ ଜୀବନରେ ଉନ୍ନତି ଆଣିବା ସହ
ସାହିତ୍ୟ ଓ ସାମ୍ବାଦିକତାର ମାନ ବୃଦ୍ଧିରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା