ବିହାର ନିର୍ବାଚନରେ ମିଳିଥିବା 5ଟି ସିଟ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ଅସଦୁଦ୍ଦିନ ଓୱେସି
ସିଲିଗୁଡି, 21 ନଭେମ୍ବର (ହି.ସ.)- ବିହାର ବିଧାନସଭା ନିର୍ବାଚନରେ ଅଖିଳ ଭାରତୀୟ ମଜଲିସ-ଏ-ଇତ୍ତେହାଦୁଲ୍ ମୁସ୍ଲିମୀନ୍ (ଏଆଇଏମଆଇଏମ) ପାଞ୍ଚଟି ଆସନ୍ ଜିତିଛି। ନିର୍ବାଚନରେ ସିଟ୍ ଜିତିବା ପରେ ଏଆଇଏମଆଇଏମ ସୁପ୍ରିମୋ ଅସଦୁଦ୍ଦିନ୍ ଓୱେସି ଶୁକ୍ରବାର ବାଗଡୋଗ୍ରା ବିମାନବନ
ବିହାର ନିର୍ବାଚନରେ ମିଳିଥିବା 5ଟି ସିଟ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ଅସଦୁଦ୍ଦିନ ଓୱେସି


ସିଲିଗୁଡି, 21 ନଭେମ୍ବର (ହି.ସ.)- ବିହାର ବିଧାନସଭା ନିର୍ବାଚନରେ ଅଖିଳ ଭାରତୀୟ ମଜଲିସ-ଏ-ଇତ୍ତେହାଦୁଲ୍

ମୁସ୍ଲିମୀନ୍ (ଏଆଇଏମଆଇଏମ) ପାଞ୍ଚଟି ଆସନ୍

ଜିତିଛି। ନିର୍ବାଚନରେ ସିଟ୍ ଜିତିବା ପରେ ଏଆଇଏମଆଇଏମ ସୁପ୍ରିମୋ ଅସଦୁଦ୍ଦିନ୍ ଓୱେସି ଶୁକ୍ରବାର

ବାଗଡୋଗ୍ରା ବିମାନବନ୍ଦରରେ ପହଞ୍ଚିଥିଲେ। ଏଆଇଏମଆଇଏମସୁପ୍ରିମୋ ଅସଦୁଦ୍ଦିନ୍ ଓୱେସୀ ବିହାର ନିର୍ବାଚନରେ ସୀମାଞ୍ଚଳ

ଅଞ୍ଚଳରେ ଜିତ ପାଇଁ ବିହାରର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି, ପଶ୍ଚିମବଙ୍ଗର

ମୁଖ୍ୟମନ୍ତ୍ରୀଙ୍କ ମତଦାତା ତାଲିକାର ବିଶେଷ ଗହନ ପୁନଃପରୀକ୍ଷା (ଏସଆଇଆର) ପ୍ରକ୍ରିୟାର ବିରୋଧ ଓ ବନ୍ଦ ଆହ୍ୱାନ ବିଷୟରେ ସେ କହିଛନ୍ତି ଯେ, ଏହି ବିଷୟରେ ମୁଖ୍ୟମନ୍ତ୍ରୀ ହିଁ କହିବେ, ମୁଁ କିଛି କହିବି ନାହିଁ। ଏହାପରେ ସେ ସଡକ୍ ମାର୍ଗରେ ବିହାର ଯାଇଥିଲେ।

ଅସଦୁଦ୍ଦିନ୍ ଓୱେସୀ ପଶ୍ଚିମବଙ୍ଗର 2026 ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ଅନେକ

ଆସନରେ ପ୍ରାର୍ଥୀ ଦେବା ବିଷୟରେ ମନ୍ଥନ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande