୫୩ ନମ୍ବର ଜାତୀୟ ରାଜପଥରେ ଗଳି ପୋଲ ଦାବି ଜୋର ଧରିଲା
ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଯାଜପୁର ଜିଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ କନ୍ତପଡା ଛକରେ ଏକ ଗଳି ପୋଲ ନିର୍ମାଣ ଦାବି କରିଛନ୍ତି ଅଂଚଳବାସୀ । ଏନେଇ ଏକ ୭ ଦଫା ଦାବିପତ୍ର ନେଇ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପ୍ରଦାନ କରିଛନ୍ତି । କନ୍ତପଡା ଛକଟି ଏକ ଗୁରୁତ୍ୱପୂର୍ଣ୍
୫୩ ନମ୍ବର ଜାତୀୟ ରାଜପଥରେ ଗଳି ପୋଲ ଦାବି ଜୋର ଧରିଲା


ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଯାଜପୁର ଜିଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ କନ୍ତପଡା ଛକରେ ଏକ ଗଳି ପୋଲ ନିର୍ମାଣ ଦାବି କରିଛନ୍ତି ଅଂଚଳବାସୀ । ଏନେଇ ଏକ ୭ ଦଫା ଦାବିପତ୍ର ନେଇ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପ୍ରଦାନ କରିଛନ୍ତି । କନ୍ତପଡା ଛକଟି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ବେଶ୍ ପରିଗଣିତ । ଏଠାକୁ ଦୈନଦିନ ଶହଶହ ଲୋକେ ଯାତାୟତ କରୁଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ ସକାଳ ଓ ଅପରାହ୍ନରେ ଯିବା ଆସିବା କରିଥାନ୍ତି । ୫୩ ନଂ ଜାତୀୟ ରାଜପଥ ଥିବାରୁ ଉଭୟ ପାର୍ଶ୍ଵକୁ ଯିବାକୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି । ଏହି ସ୍ଥାନ ଏକ ଦୁର୍ଘଟଣାପ୍ରବଣ ଅଂଚଳ ଭାବେ ପରିଚିତ । ଅତୀତରେ ଏହି ସ୍ଥାନମାନଙ୍କରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଧନ ଜୀବନ ହାନି ହୋଇଥିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ଉପରେ ଏକ ଗଳି ପୋଲି ନିର୍ମାଣ କରିବାକୁ ଅଂଚଳବାସୀ ଅଂଟା ଭିଡିଛନ୍ତିି । ଯାହାକୁ ନେଇ ଆଜି ଏକ ଦାବି ପତ୍ର ଜିଲା ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande