
ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ସକାଳେ ଦକ୍ଷିଣ ଆଫ୍ରିକାକୁ ତିନି ଦିନିଆ ଗସ୍ତରେ ଯାଇଛନ୍ତି । ଦକ୍ଷିଣ
ଆଫ୍ରିକା ଗସ୍ତରେ ବାହାରିବ ପୂର୍ବରୁ ସେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ସମ୍ପର୍କକୁ ସ୍ମରଣ କରି
କହିଛନ୍ତି ଯେ, 2023 ରେ ଭାରତର ଜି-20 ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘକୁ ସଂଗଠନର ସ୍ଥାୟୀ ସଦସ୍ୟ
କରାଯାଇଥିଲା। ବର୍ତ୍ତମାନ ଆଫ୍ରିକା ମହାଦେଶରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରଥମ ଜି-20 ସମ୍ମିଳନୀ ଭାରତ ପାଇଁ ଗୌରବର ବିଷୟ।
ପ୍ରଧାନମନ୍ତ୍ରୀ
କାର୍ଯ୍ୟାଳୟର ଅନୁସାରେ, ପ୍ରଧାନମନ୍ତ୍ରୀ
ମୋଦି କହିଛନ୍ତି ଯେ ସେ ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ଆମନ୍ତ୍ରଣରେ 21 ରୁ 23 ନଭେମ୍ବର
ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଆୟୋଜିତ 20ତମ ଜି-20 ଲିଡର୍ସ ସମ୍ମିଟ୍ରେ ଅଂଶଗ୍ରହଣ କରିବେ। ଏହା ଆଫ୍ରିକାରେ ଆୟୋଜିତ ହେବାକୁଥିବା ପ୍ରଥମ ଜି-20 ଶିଖର ସମ୍ମିଳନୀ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା