
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ସାଲିଆ ସାହିରେ ଶେଷ ହୋଇଛି ଉଛେଦ ପ୍ରକ୍ରିୟା। ଆଜିଠୁ ଉଛେଦ ହୋଇଥିବା ଜାଗାରେ
ତାର ବାଡ଼ ବୁଲାଇ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହେବ। ଗତ ତିନି ଦିନ ଧରି ସାଲିଆ ସାହିରେ
ବୁଲିଥିଲା ବୁଲଡୋଜୋର। ଉଛେଦ କାମ ସାରିଥିବା ବେଳେ ଆଜି ଭଙ୍ଗା ଘରର କଂକ୍ରିଟ ଆବର୍ଜନାଗୁଡିକୁ
ହଟାଯାଉଛି। ଉଛେଦ ପରେ ସଲିଆ ସାହି ଭିତରେ ଥିବା ଖୋଲା ପଡ଼ିଆରେ ଜରି ପାଲ ପକାଇ ଅସ୍ଥାୟୀ ଘର
କରି ରହିଥିଲେ ଅନେକ ଲୋକ। ଗତକାଲି ସେମାନଙ୍କୁ ମଧ୍ୟ ଉଛେଦ କରାଯାଇଥିଲା। ବର୍ତମାନ ସମ୍ପୂର୍ଣ୍ଣ
ଅଞ୍ଚଳ ଖାଲି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା