ମଦ ଜବତ : ଦୁଇ ବେପାରୀ ଗିରଫ
ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଯାଜପୁର ଜିଲା ଜେନାପୁର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ଶହେ ଲିଟର ମଦ ଜବତ କରିଛି । ଦୁଇ ଜଣ ବେପାରୀ ହେଲେ ଏହି ଥାନା ଅନ୍ତର୍ଗତ ମର୍ଜିତାପୁର ନାଥସାହି ଗ୍ରାମର ଜୟଦେବ ନାଥ(୨୫)
ମଦ ଜବତ : ଦୁଇ ବେପାରୀ ଗିରଫ


ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଯାଜପୁର ଜିଲା ଜେନାପୁର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ଶହେ ଲିଟର ମଦ ଜବତ କରିଛି । ଦୁଇ ଜଣ ବେପାରୀ ହେଲେ ଏହି ଥାନା ଅନ୍ତର୍ଗତ ମର୍ଜିତାପୁର ନାଥସାହି ଗ୍ରାମର ଜୟଦେବ ନାଥ(୨୫) ଓ ରାଇଛନ୍ଦା ପଂଚାୟତସ୍ଥ ରାଇଛନ୍ଦା ଗ୍ରାମର ପାଗଳ ମଳିକ(୨୭) ବୋଲି ଜଣାପଡିଛି । ସେମାନେ ଦୀର୍ଘ ଦିନ ହେବ ନିଜ ଅଂଚଳରେ ରହି ଚୋରାରେ ମଦ ବିକ୍ରୀ କରି ଆସୁଥିଲେ । ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande