ବସ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ, ଉତ୍ୟେକ୍ତ ଲୋକଙ୍କ ରାସ୍ତାରୋକ
ଭଦ୍ରକ, ୨୨ ନଭେମ୍ବର (ହି.ସ.)- ବସ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଚାନ୍ଦବାଲି ରାସ୍ତାର କମାରିଆ ଛକ ନିକଟରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଖବର ପାଇ ପୀରହାଟ ଥାନା ପୋଲିସ ଘଟଣାସ୍ଥଳର
ବସ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ, ଉତ୍ୟେକ୍ତ ଲୋକଙ୍କ ରାସ୍ତାରୋକ


ଭଦ୍ରକ, ୨୨ ନଭେମ୍ବର (ହି.ସ.)- ବସ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଚାନ୍ଦବାଲି ରାସ୍ତାର କମାରିଆ ଛକ ନିକଟରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଖବର ପାଇ ପୀରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଚରା ଉଚରା ପାଇଁ ବସ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଅନ୍ୟପକ୍ଷରେ ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି । ବାରମ୍ବାର ଏଠାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ହମ୍ପସ୍ ଦାବି ନେଇ ପ୍ରାୟ ୧ ଘଂଟା ଧରି ରାସ୍ତାରୋକ କରିଥିଲେ ଉତ୍ୟେକ୍ତ ଲୋକେ । ପୋଲିସ ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ଦୁର୍ଘଟଣା ଘଟାଇଥିବା ବସ୍ ଓ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande