
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ବଡଚଣା ବକଲକ ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୋଟ ୩୧ କ୍ରୀଡାରେ ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଜନକଲ୍ୟାଣ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବାସୁଦେବ ଜେନା ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥବଭାବେ କ୍ରୀଡା ଶିକ୍ଷକ ଶମ୍ଭୁନାଥ ଦାସ ଓ ସାମ୍ବାଦିକ ସମରେନ୍ଦ୍ର ମାହାଲା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନଗୋବିନ୍ଦ ପ୍ରଧାନ,ଗୀତାରାଣୀ ଜେନା,ମିନାକ୍ଷୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓମ୍ ପ୍ରକାଶ ରାଣା,ସମୀକ୍ଷା ରାଣୀ ବଳ କ୍ରୀଡା ଚୟନରେ ଉତିର୍ଣ୍ଣ ହୋଇଥିବା ବେଳେ ଶିଶୁ ବର୍ଗରେ ଶୁଭମ୍ ସୋରେନ ଓ ଲକ୍ଷ୍ମୀ ହାଂସଦା ଉତିର୍ଣ୍ଣ ହୋଇଥିଲେ । ବିଦ୍ୟାଳୟର ସଭାପତି ରବିନ୍ଦ୍ର ମହାନ୍ତି,ସମ୍ପାଦକ ସୌମ୍ୟ ପ୍ରକାଶ ଦାସ,ସହ ସମ୍ପାଦକ ରଶ୍ମିତା ସେଠୀ,ମଧୁସ୍ମିତା ରାଣା,କୋଷାଧ୍ୟକ୍ଷ ରଂଜନ କୁମାର ଜେନା,ଅଜୟ କୁମାର ଜେନା, ଓ ସୁପ୍ରୀୟା ସାହୁ ପ୍ରମୁଖ ଯୋଗ ଦେବା ସହ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ