
କୋରେଇ, ୨୨ ନଭେମ୍ବର (ହି.ସ.)- ପାଣିକୋଇଲି ପୁଲିସ ସାଇକେଲ ଚୋରକୁ ଧରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ, ପାଣିକୋଇଲି ଦାଣ୍ଡି ସାହିର ଗୌରାଂଗ ମଳିକଙ୍କ ପୁଅ ଚକ୍ରଧର ଏକ ସାଇକେଲ ଯୋଗେ ଆସି ଢୋଲପୋଖରୀ ଶିବ ମନ୍ଦିର ନିକଟରେ ନିର ପଣ୍ଡାଙ୍କ ଦୋକନ ପାଖରେ ରଖି ଚା ପିଇବାକୁ ଯାଇଥିଲେ । ଚା ପିଇ ସାରି ଦେଖିବା ବେଳକୁ ତାଙ୍କ ସାଇକେଲଟି ସେଠାରେ ନଥିଲା । ବହୁ ଖୋଜାଖୋଜି ପରେ ଦୁଇ ଜଣ ଯୁବକଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ସାଇକେଲ ଉଦ୍ଧାର କରିବା ପରେ ସେମାନଙ୍କୁ ଧରି ପୁଲିସ ଜିମା ଦିଆଯାଇଛି । ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିିଥିବା ବେଳେ ଜଣଙ୍କ ସମ୍ପୃକ୍ତି ନଥିବାରୁ ତାକୁ ତାର ପରିବାରକୁ ଜିମା ଦିଆଯାଇଛି । ଏନେଇ ଏକ ମାମଲା ୩୭୮/୨୫ ରେ ରୁଜ୍ଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ କୋରେଇ ଥାନା ଅନ୍ତର୍ଗତ ତଳଗଡ ପଂଚାୟତ ବ୍ରାହ୍ମଣୀ ଦେବୀ ଗ୍ରାମର ଅର୍ଜ୍ଜୁନ ଦାସଙ୍କ ପୁଅ ରାଜୁ ଦାସକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ