ହାଇୱା ପଛରେ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ, ୪ ଗୁରୁତର
ସମ୍ବଲପୁର, ୨୨ ନଭେମ୍ବର (ହି.ସ.)- ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୈାଦ୍ଧରୁ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର୍ କୁ ଅଣାଯାଉଥିବା ବେଳେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର୍ ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାନ୍ତ୍ରିକ ତୃଟି ପା
ହାଇୱା ପଛରେ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ, ୪ ଗୁରୁତର


ସମ୍ବଲପୁର, ୨୨ ନଭେମ୍ବର (ହି.ସ.)- ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୈାଦ୍ଧରୁ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର୍ କୁ ଅଣାଯାଉଥିବା ବେଳେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର୍ ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାନ୍ତ୍ରିକ ତୃଟି ପାଇଁ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ହାଇୱା ପଛରେ ଆମ୍ବୁଲାନ୍ସଟି ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଓ ପୋଲିସ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande