ପ୍ରଧାନମନ୍ତ୍ରୀ ଚାହିଁଲେ ମହାନଦୀ ବିବାଦର ତୁରନ୍ତ ସମାଧାନ ହୋଇପାରିବ  -ଅରୁଣ ସାହୁ
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚାହିଁଲେ ଏହି ବିବାଦର ତୁରନ୍ତ ସମାଧାନ ହୋଇପାରିବ । ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ ଡାକିଲେ ଆପୋଷ ସମାଧାନ ହୋଇପାରିବ। ଏହି ସମସ୍ୟା ପ୍ରଧାନମନ୍ତ୍ରୀ ଭଲ
ପ୍ରଧାନମନ୍ତ୍ରୀ ଚାହିଁଲେ ମହାନଦୀ ବିବାଦର ତୁରନ୍ତ ସମାଧାନ ହୋଇପାରିବ  -ଅରୁଣ ସାହୁ


ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚାହିଁଲେ ଏହି ବିବାଦର ତୁରନ୍ତ ସମାଧାନ ହୋଇପାରିବ । ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ ଡାକିଲେ ଆପୋଷ ସମାଧାନ ହୋଇପାରିବ। ଏହି ସମସ୍ୟା ପ୍ରଧାନମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି । ତେଣୁ ଏଥିରେ ବିରୋଧୀଙ୍କ କିଛି ଭୂମିକା ନାହିଁ।

ସେହିପରି ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ମହାନଦୀ ଜଳ ବିବାଦ ଏକ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ । ଏଥିପାଇଁ ଦଳ ମତ ନିର୍ବିଶେଷରେ ସବୁ ଦଳ ଏକାଠି ହେବାର ଆବଶ୍ୟକତା ରହିଛି । ପୂର୍ବ ସରକାର ଏହି ପ୍ରସଙ୍ଗରେ ଯାହା କରିବା କଥା ତାହା କରି ନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ଓଡିଶା ବାସୀ ଉପକୃତ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande