ହୃଦଘାତରେ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀଙ୍କ ପରଲୋକ
Guru jee of Saraswati Sisu bidya Mandira expired
ହୃଦଘାତରେ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀଙ୍କ ପରଲୋକ


କନ୍ଧମାଳ,୨୨ନଭେମ୍ବର (ହି.ସ.)- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ର ବରିଷ୍ଠ ଆଚାର୍ଯ୍ୟ ଆନନ୍ଦେଶ୍ୱର ବେହେରା ଗତକାଲି ବିଳମ୍ବିତ ରାତ୍ରୀରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି l ମାତ୍ର ୪୩ ବର୍ଷ ବୟସ ତାଙ୍କୁ ହୋଇଥିଲା। ଯାହା ସୂଚନା ରହିଛି ସ୍ବର୍ଗତ ଆନନ୍ଦେଶ୍ୱରଙ୍କ ଘର ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଂଚାୟତର ବର୍ଡିକିଆ ଗ୍ରାମରେ। ସେ ଆଜକୁ ବହୁ ବର୍ଷ ହେଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ଭାବରେ କାର୍ଯ୍ୟ କରି ଆସୁଥିଲେ l ଗତ କିଛି ଦିନ ତଳେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା ଏବଂ ଉଚ୍ଚ ରକ୍ତ ଚାପ ଥିବାର ସୂଚନା ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବାକୁ ମିଳୁଛି l ସେ ଜଣେ ସରଳ,ଶାନ୍ତଶିଷ୍ଟ , ପରୋ ପକlରୀ ଓ ମେଳାପୀ ସ୍ୱଭାବର ଥିଲେ l ତାଙ୍କର ବିୟୋଗରେ ସମଗ୍ର ବିଦ୍ୟାଳୟ ସମେତ ଆଚାର୍ଯ୍ୟ/ଆଚାର୍ଯ୍ୟାମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି l ଏଥି ସହିତ ତାଙ୍କ ବିୟୋଗ ରେ ବିଦ୍ୟାଳୟ ପରିଚାଳନା କମିଟି ପରାମର୍ଶରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ସମାରୋପ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି l ଆଜି ଖବର ଶୁଣିବା ପରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଶେଷ ଦର୍ଶନ କରିବା ନିମନ୍ତେ ତାଙ୍କ ନିଜସ୍ୱ ଗ୍ରାମକୁ ଯାଇଥିଲେ l ତାଙ୍କ ବିୟୋଗରେ ପରିଚାଳନା କମିଟି ସଭାପତି ବ୍ରଜବନ୍ଧୁ ମଲ୍ଲିକ ,ସମ୍ପାଦକ ଟି. ଶିବ ଶଙ୍କର ପାତ୍ରଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି l ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ମର୍ମାହତ ହୋଇପଡ଼ିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande