ମିଜୋରାମରେ ବିଏସଏଫ ଏବଂ ନାର୍କୋଟିକ୍ସ ବିଭାଗ ଜବତ କଲା ୪.୭୯ କୋଟି ମୂଲ୍ୟର ଡ୍ରଗ୍ସ
ଆଇଜଲ, ୨୨ ନଭେମ୍ବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ) ଠାରୁ ଗୋପନୀୟ ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଏସଏଫ ଆଇଜଲ, ଅବକାରୀ ଏବଂ ନାର୍କୋଟିକ୍ସ ବିଭାଗ, ମିଜୋରାମର ଏକ ମିଳିତ ଟିମ୍ ଶନିବାର ପଶ୍ଚିମ ଆଇଜଲ ଅଂଚଳରେ ଏକ ବଡ଼ ସଫଳତା ହାସଲ କରିଛି । ମିଳିତ ଅଭିଯାନ ସମୟରେ ଟିମ୍ ୫.୮୯ କି
ମିଜୋରାମରେ ବିଏସଏଫ ଏବଂ ନାର୍କୋଟିକ୍ସ ବିଭାଗ ଜବତ କଲା ୪.୭୯ କୋଟି ମୂଲ୍ୟର ଡ୍ରଗ୍ସ


ଆଇଜଲ, ୨୨ ନଭେମ୍ବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ) ଠାରୁ ଗୋପନୀୟ ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଏସଏଫ ଆଇଜଲ, ଅବକାରୀ ଏବଂ ନାର୍କୋଟିକ୍ସ ବିଭାଗ, ମିଜୋରାମର ଏକ ମିଳିତ ଟିମ୍ ଶନିବାର ପଶ୍ଚିମ ଆଇଜଲ ଅଂଚଳରେ ଏକ ବଡ଼ ସଫଳତା ହାସଲ କରିଛି । ମିଳିତ ଅଭିଯାନ ସମୟରେ ଟିମ୍ ୫.୮୯ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଏବଂ ୪୧ ଗ୍ରାମ ହେରୋଇନ୍ ଜବତ କରିଛି, ଯାହାର ମୋଟ୍ ଆନୁମାନିକ ମୂଲ୍ୟ ୪.୭୯ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ଅପରେସନ ସମୟରେ ଦୁଇ ଜଣ ମିଆଁମାର ନାଗରିକଙ୍କ ସମେତ ଚାରି ଜଣ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ବିଏସଏଫ ଏବଂ ରାଜ୍ୟ ନାର୍କୋଟିକ୍ସ ବିଭାଗ ଏହି ସଫଳ ଅଭିଯାନକୁ ନିଶା ଚାଲାଣ ବିରୋଧରେ ଚାଲିଥିବା ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହିଛି । ଅଧିକାରୀଙ୍କ ଅନୁଯାୟୀ, ସୀମାବର୍ତୀ ଅଂଚଳରେ ଏପରି ଅପରେସନକୁ ଆହୁରି ଜୋରଦାର୍ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande