
କୋରେଇ, ୨୨ ନଭେମ୍ବର (ହି.ସ.)- ସାରା ରାଜ୍ୟରେ ବାଂଗାଲାଦେଶୀ ଚିହ୍ନଟ ପ୍ରକିୟା ଜାରି ରହିଛି । ଏହି କ୍ରମରେ ପାଣିକୋଇଲି ପୁଲିସ ପକ୍ଷରୁ ପ୍ରଥମେ ୧୦ ଜଣଙ୍କୁ ଉଠାଇ ଆଣି ଯାଂଚ ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଶୁକ୍ରବାର ରାତିରେ ଆଉ ୧୭ ଜଣଙ୍କୁ ଆଣି ଯାଂଚ କରିଛି । ଦୀର୍ଘ ବର୍ଷ ହେବ ସେମାନେ ସ୍ଥାନୀୟ ଅଂଚଳରେ ରହି ଘର ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡିଛି । ସେମାନଙ୍କ ଭାଷା ବଂଗଳା ହୋଇଥିଲେ ହେଁ ସେମାନେ ସମସ୍ତେ ପଶ୍ଚିମବଂଗ ମୁର୍ସିଦାବାଦର ବୋଲି ଅଧାର କାର୍ଡ, ଭୋଟ ପରିଚୟ ପତ୍ର, ପ୍ୟାନ କାର୍ଡ ଆଦି ଯାଂଚରୁ ଜଣାପଡିଛି । ହେଲେ ଅଦ୍ୟାବଧି ପାଣିକୋଇଲି ଥାନା ଅଂଚଳରୁ କେହି ବାଂଗଲାଦେଶୀ ଚିହ୍ନଟ ହୋଇପାରିନାହାନ୍ତି । ଭାଷା ଗୋଟିଏ ହେଲେ ବି ସମସ୍ତେ ବାଂଗାଦେଶୀ ପରିବର୍ତେ ପଶ୍ଚିମବଂଗର ବୋଲି ଜଣାପଡିଛି । ଅପରପକ୍ଷେ ପଶ୍ଚିମବଂଗରୁ ଆସି ବୁଲା ବେପାର କରୁଥିବା ବେପାରୀ ମାନେ ଭୟଭୀତ ହୋଇଛନ୍ତି । ୩ ଦିନ ହେବ ଆଉ ବୁଲାବିକାଳୀଙ୍କୁ ଦେଖିବାକୁ ମିଳୁନି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ