ଶୁଦ୍ଧିକ୍ରିୟା ସହାୟତା ଯୋଗାଇଲା ଭରସା ପରିବାର
କେନ୍ଦୁଝର, 22 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ନୂଆପଡା ଝାପା ସାହିରେ ଦିନ ମଜୁରିଆ ସ୍ବର୍ଗତ ରାମ ମହାରଣା ଙ୍କ ସ୍ତ୍ରୀ ଅନୁସା ମହାରଣା ଦୀର୍ଘ ଦିନ ଧରି ରୋଗରେ ପୀଡିତ ରହିଥିଲେ। ଗତ ୧୦ ତାରିଖ ଦିନ ଅନୁସା ମହାରଣା ଙ୍କ ମୃତ୍ୟୁ ଘଟିଥିଲା। ଶବ ସତ୍କାର ପାଇଁ ତା
ଶୁଦ୍ଧିକ୍ରିୟା ସହାୟତା ଯୋଗାଇଲା ଭରସା ପରିବାର


କେନ୍ଦୁଝର, 22 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ନୂଆପଡା ଝାପା ସାହିରେ ଦିନ ମଜୁରିଆ ସ୍ବର୍ଗତ ରାମ ମହାରଣା ଙ୍କ ସ୍ତ୍ରୀ ଅନୁସା ମହାରଣା ଦୀର୍ଘ ଦିନ ଧରି ରୋଗରେ ପୀଡିତ ରହିଥିଲେ। ଗତ ୧୦ ତାରିଖ ଦିନ ଅନୁସା ମହାରଣା ଙ୍କ ମୃତ୍ୟୁ ଘଟିଥିଲା। ଶବ ସତ୍କାର ପାଇଁ ତାଙ୍କ ଝିଅ ଭରସା ପରିବାର କୁ ସାହାଯ୍ୟ ମାଗି ଥିଲେ। ଖବର ପାଇ ଭରସା ପରିବାର ପାଟଣା ବ୍ଲକ ସଭାପତି ସୁମନୁ ବାରିକ ଓ ଅନ୍ୟ ସମସ୍ତ ସଦସ୍ୟ ପିଡିତା ଙ୍କ ଘରେ ପହଞ୍ଚି ଶବ ସତ୍କାର କରିଥିଲେ ।

ଆଜି ତାଙ୍କର ଦଶାହ କର୍ମ ରେ ଭରସା ପରିବାର ଚାଉଳ ଡାଲି ପନିପରିବା ଆଦି ଅନ୍ୟାନ୍ୟ ଶୁଖୁଲା ଖାଦ୍ୟ ନେଇ ତାଙ୍କ ଝିଅ ବିନତି ଲୋହାର ଙ୍କୁ ଦେଇଛନ୍ତି। ଏହି ସହାୟତା ପାଇ ଝିଅ ବିନତି ଭରସା ପରିବାର ଧନ୍ୟବାଦ ଜଣାଇ ଛନ୍ତି।ସହାୟତା ପ୍ରଦାନ ବେଳେ ଭରସା ବାରିବାରର ସୁମନୁ କୁମାର ବାରିକ, ଚନ୍ଦ୍ରହାସ୍ୟ ବେହେରା,ଜ୍ୟୋତିରଞ୍ଜ ସାମଲ, ଅରୁଣ କୁମାର ମହାନ୍ତି, ଲୋହିତ ରଞ୍ଜନ ମହାପାତ୍ର, ଡମ୍ବରୁଧର ମହାନ୍ତି, ଭରତ ଚନ୍ଦ୍ର ବାରିକ, କ୍ଷେତ୍ରବାସୀ ମହାରଣା, ଦଶରଥ ବାରିକ୍ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande