
କୋରେଇ, ୨୨ ନଭେମ୍ବର (ହି.ସ.)- ପାଣିକୋଇଲି ଥାନାର ଅନତି ଦୂରରେ ଜାତୀୟ ରାଜପଥର ସଂଯୋଗୀକରଣ ରାସ୍ତାରେ ଶୁକ୍ରବାର ରାତିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛି । ପ୍ରକାଶଯେ, ଥାନା ସମ୍ମୁଖ ଦେଇ ଯାଇଥିବା ସଂଯୋଗୀକରଣ ରାସ୍ତାରେ ଯାଜପୁରରୋଡ ଥାନା ଅନ୍ତର୍ଗତ ଜଖପୁରା ଗ୍ରାମର କାଳନ୍ଦୀ ମଳିକଙ୍କ ପୁଅ ଗଣନାଥ ଏକ ସ୍ପେଣ୍ଡର ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରଲର ପଛରେ ପିଟି ହୋଇ ରାସ୍ତା କଡ ବାଡରେ ପିଟିହୋଇ ପଡିଥିଲେ । ଦୁର୍ଘଟଣାର ଖବର ପାଇ ହାବିଲଦାର ସୁଲୋଚନ ବେହେରା, ମହେନ୍ଦ୍ର ଦାସ, ସୁଧାଂଶୁ ବାରିକ ପ୍ରମୁଖ ପହଂଚି ଆହତଙ୍କୁ ଥାନା ପିସିଆର ଭ୍ୟାନରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ପରେ ପୁଲିସ ବାଇକଟିକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ