ସ୍ଵାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
କୋରେଇ, ୨୨ ନଭେମ୍ବର (ହି.ସ.)- ସ୍ଵାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ପଥରପଦା ପଂଚାୟତ ଅନ୍ତର୍ଗତ ଓଚିନ୍ଦା (ତାଜପୁର ଅଦିବାସୀ ସାହି) ଗ୍ରାମ ଆରମ୍ଭରେ ଥିବା ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଜୟନ୍ତୀ ପାଳନ କରାଯାଇଥିଲା । ବରିଷ୍ଠ ନାଗରିକ ତ
ସ୍ଵାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ


କୋରେଇ, ୨୨ ନଭେମ୍ବର (ହି.ସ.)- ସ୍ଵାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ପଥରପଦା ପଂଚାୟତ ଅନ୍ତର୍ଗତ ଓଚିନ୍ଦା (ତାଜପୁର ଅଦିବାସୀ ସାହି) ଗ୍ରାମ ଆରମ୍ଭରେ ଥିବା ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଜୟନ୍ତୀ ପାଳନ କରାଯାଇଥିଲା । ବରିଷ୍ଠ ନାଗରିକ ତଥା ଶିଳ୍ପୀ ମନ୍ମଥ ଗରି, ବରିଷ୍ଠ ସମ୍ବାଦିକ ସୁବାଧ ଧଳ, ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ସିପଏମ ଜିଲ୍ଲା ସଭାପତି ଡକ୍ଟର ନିର୍ମଳ ରଥ, ଯୁବ ନେତା ରାକେଶ କୁମାର ସାହୁ, ଜଗତ ମୋହନ ଦାସ, ସାମ୍ବାଦିକ ତାରିଣୀ ପଟ୍ଟନାୟକ, ପ୍ରଦୀପ ମାଝୀ, ଶୋଭିନ ପରିଡା, ଶଶିକାନ୍ତ ସେନାପତି ପ୍ରମୁଖ ଯୋଗଦେଇ ଶହୀଦଙ୍କ ସ୍ୱାଧିନତା ସଂଗ୍ରାମର ତ୍ୟାଗ ଓ ବଳିଦାନ ସର୍ମ୍ପକରେ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande