
ଜୟପୁର , 22 ନଭେମ୍ବର (ହି.ସ.) ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ ଅବସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଏକମ୍ବାରେ ଜୁନିଅର ରେଡ କ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏକମ୍ବା ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଧିକାଂଶ ଜୀବନର ପ୍ରଥମ ଥର ଦେଇଥିବା ରକ୍ତଦାତା,ଦମ୍ପତି ରକ୍ତଦାତା ଓ ଅନ୍ୟାନ୍ୟ ସ୍ବେଛାସେବୀ ରକ୍ତଦାତାମାନେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚେଇବାରେ ସାହାଯ୍ୟର ହାତ ବଢ଼େଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବି ନଳୀନ କୁମାର ସଭାପତିତ୍ୱ କରିଥିଲେ ।ଜୁନିଅର ରେଡ କ୍ରସ ପରାମର୍ଶଦାତା ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ବେଦପାଠ କରିବା ସହିତ ସଭା ପରିଚାଳନା କରି ରକ୍ତଦାନ ଶିବିରରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବରେ ଏକମ୍ବା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ( ଓଇ ଏସ୍ - II) ଶ୍ରୀମତୀ ଡ଼ଃ ଜ୍ୟୋତ୍ସ୍ନା ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜୟପୁରର ରକ୍ତ ପ୍ରେରଣା ଦାତା ତଥା ସମାଜ ସେବକ ଶ୍ରୀଯୁକ୍ତ ପ୍ରମୋଦ ରାଉଳ ମହୋଦୟଙ୍କ ସହିତ ସଭ୍ୟ ଲଇଚନ ହରିଜନ ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ଆଲୁମିନୀ ସଦସ୍ୟମାନେ, ଗ୍ରାମବାସୀ, ଅଭିଭାବକ, ଜୁନିଅରମାନେ, ବ୍ଲଡ଼ ବ୍ୟାଙ୍କ ଟିମ ଓ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉମାରାଣୀ ସାହୁ, ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ, ପ୍ରସନ୍ନ କୁମାର ପାଣିଗ୍ରାହୀ,ବୃନ୍ଦାବତୀ ଖୋରା, ଶୁଭଙ୍କର ଦାଶ ମହୋଦୟମାନେ ବିଶେଷ ଭାବରେ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି