ନୂଆ ଶ୍ରମ କୋଡକୁ ବିରୋଧ କରି ଗେଜେଟ ପୋଡି
କୋରେଇ, ୨୨ ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ୨୯ଟି ଶ୍ରମ ଆଇନକୁ ପରିବର୍ତନ କରି ୪ଟି ଶ୍ରମ କୋଡ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ୨୯ଟି ଶ୍ରମ ଆଇନ ବଦଳରେ ୪ଟି ଶ୍ରମ କୋଡକୁ ସରକାର ନଭେମ୍ବର ୨୧ରୁ ଲାଗୁ କରିଛନ୍ତି । ସରକାର ଏହାକୁ ଐତିହାସିକ ଦିନ କହୁଥିବା ବେଳେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଏ
ନୂଆ ଶ୍ରମ କୋଡକୁ ବିରୋଧ କରି ଗେଜେଟ ପୋଡି


କୋରେଇ, ୨୨ ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ୨୯ଟି ଶ୍ରମ ଆଇନକୁ ପରିବର୍ତନ କରି ୪ଟି ଶ୍ରମ କୋଡ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ୨୯ଟି ଶ୍ରମ ଆଇନ ବଦଳରେ ୪ଟି ଶ୍ରମ କୋଡକୁ ସରକାର ନଭେମ୍ବର ୨୧ରୁ ଲାଗୁ କରିଛନ୍ତି । ସରକାର ଏହାକୁ ଐତିହାସିକ ଦିନ କହୁଥିବା ବେଳେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ଶ୍ରମ କୋଡ ଲାଗୁହେଲେ ଅଣସଂଗଠିତ କ୍ଷେତ୍ରରେ ୪୦ କୋଟି ଶ୍ରମିକ ଓ ସଂଗଠିତ କ୍ଷେତ୍ରରେ ୧୦ କୋଟି ଶ୍ରମିକ ପ୍ରଭାବିତ ହେବେ । ଏହି କଳା ଆଇନକୁ ବିରୋଧ କରି ଆଜି ପାଣିକୋଇଲି ଠାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ କରି ଗେଜେଟ ପୋଡା ଯାଇଛି । ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ସିପଏମ ଜିଲ୍ଲା ସଭାପତି ଡକ୍ଟର ନିର୍ମଳ ରଥ, ଆୟୁଏନଟିୟୁସିର ରାକେଶ କୁାମର ସାହୁ, ସମାଜିକ କର୍ମୀ ସୁବାସ ଧଳ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande