ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୨ ନଭେମ୍ବର (ହି.ସ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାର ଅବସରରେ ''ଓଡ଼ିଶା ଦିବସ''ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଆଜି ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଂଟ
ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ


ନୂଆଦିଲ୍ଲୀ/ଭୁବନେଶ୍ୱର,୨୨ ନଭେମ୍ବର (ହି.ସ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାର ଅବସରରେ 'ଓଡ଼ିଶା ଦିବସ'ରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଆଜି ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାର ଅବସରରେ 'ଓଡ଼ିଶା ଦିବସ'ରେ ଯୋଗ ଦେଲି। ମୁଁ ଓଡ଼ିଶା ମଣ୍ଡପ ପରିଦର୍ଶନ କରିବା ସହ ଭାରତ ମଣ୍ଡପମ୍ ର ଆମ୍ଫି ଥିଏଟରରେ ଆୟୋଜିତ ହୋଇଥିବା ମନୋରମ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲି। ଏଥର ଓଡ଼ିଶା ମଣ୍ଡପ ବାସ୍ତବରେ ଅତ୍ୟନ୍ତ ସୁଦୃଶ୍ୟ ଓ ଭବ୍ୟ ଭାବରେ ପ୍ରସ୍ତୁତ କରାଯାଇଛି, ଯାହା ଶ୍ରୀମନ୍ଦିର, ପଟ୍ଟଚିତ୍ର ଓ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଆମ କଳା, ଐତିହ୍ୟ ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଆକର୍ଷଣୀୟ ଭାବରେ ଉପସ୍ଥାପନ କରିଛି। ମଣ୍ଡପରେ ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି, ଯେଉଁଠାରେ ଆମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବୁଣାକାରମାନଙ୍କର ହସ୍ତତନ୍ତ ବସ୍ତ୍ର, ହସ୍ତଶିଳ୍ପ ସାମଗ୍ରୀ , ପ୍ରସ୍ତର ମୂର୍ତି କଳା ଏବଂ ଶ୍ରୀଅନ୍ନ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି ।

ଆମ ସରକାରର ଲକ୍ଷ୍ୟ ହେଉଛି ଟ୍ରାନ୍‌ସଫରମେସନାଲ ଗ୍ରୋଥ୍‌। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରୁଛି। ଗତ ଦେଢ଼ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିଛି। ଭିତିଭୂମି କ୍ଷେତ୍ରରେ, ଭିଜନ ୨୦୩୬କୁ ଲକ୍ଷ୍ୟ କରି ୧୫ ହଜାର କିଲୋମିଟର ବିଶ୍ୱ ସ୍ତରୀୟ ସଡ଼କ, ବାହୁଦା ଓ କେନ୍ଦ୍ରାପଡ଼ାରେ ନୂତନ ବନ୍ଦର ଏବଂ ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପ୍ରତିଷ୍ଠା ଭଳି ବୃହତ ପ୍ରକଳ୍ପ ଆରମ୍ଭ କରାଯାଇଛି। ଶିଳ୍ପ କ୍ଷେତ୍ରରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଭୁବନେଶ୍ୱରକୁ ପୂର୍ବ ଭାରତର କେନ୍ଦ୍ରସ୍ଥଳୀ ଭାବରେ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଗ୍ରାଣ୍ଡ ପ୍ଲାନ୍ ରହିଛି। ମୋଟାମୋଟି ଭାବେ, ଓଡ଼ିଶା ମଣ୍ଡପ ଓଡ଼ିଶାର କଳା, ସଂସ୍କୃତି, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିର ଏକ ଦିବ୍ୟ ଓ ଭବ୍ୟ ପ୍ରଦର୍ଶନ କରିଛି ଏବଂ ମୁଁ ସମସ୍ତଙ୍କୁ ଏହି ବିକାଶ ଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରିଛି ।

...............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande